ପଖନମୁଣ୍ଡା ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି:- ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି ଖ କେନ୍ଦ୍ରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡ୍କ୍ରସ ପରାମର୍ଶଦାତା ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଅନୁ୍ଷ୍ଠିତ ସଚେତନତା ସଭାରେ ଶିକ୍ଷକ ଅଲେଖ ବନଗୋଲା, ବିଶେଶ୍ଵର ମୁଦୁଲି, ସୁରଜ ଛତ୍ରିଆ, ଅଙ୍ଗନୱାଡି କର୍ମୀ ଭାରତୀ ସାହୁ ଉପସ୍ଥିତ ଥିଲେ । କରୋନାର ଭୟାବହତା ମନରୁ ନଲିଭୁଣୁ ପୁଣି ଥରେ ଚତୁର୍ଥ ଲହର ତାର କାୟା ବିସ୍ତାର ଆରମ୍ଭ କରିସାରିଲାଣି । ତେଣୁ ଶ୍ରୀ ଦାଶ ସଚେତନତା ସଭା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ କରୋନାର ଭୟାବହତା ଉପରେ ଆଲୋକପାତ କରିଥିଲେ । ମାସ୍କ ପରିଧାନ, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ବର୍ଷା ଋତୁ ହୋଇଥିବାରୁ ବର୍ଷାରେ ନମିଳିବା, ବର୍ଷା ସମୟରେ ଘରେ ରହିବା, ବିଷଧର ସାପ, ବିଛା ପ୍ରତି ସାବଧାନ ରହିବା, ଗରମ ଖାଦ୍ୟ ଖାଇବା, ପରିଷ୍କାର ପରିଚ୍ଛନ୍ନତା ରହିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କିଛି ପ୍ରଶ୍ନ ପଚରାଯାଇ କୃତି ଛାତ୍ରୀ ତପସ୍ୱିନୀ ଚିରାଙ୍ଗୁନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା

Leave A Reply

Your email address will not be published.