ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଶୁଭେଚ୍ଛା ଜଣାଇଲା ଦିଲ୍ଲୀ ଶ୍ରୀ ନୀଳାଚଳ ସେବା ସଙ୍ଘ                            

ନୂଆ ଦିଲ୍ଲୀ /ଲଷ୍ମୀନାରାୟଣ ବେବର୍ତ୍ତା- ଦେଶର ପନ୍ଦର ତମ (15)ରାଷ୍ଟ୍ରପତି ଭାବେ ଓଡିଶା ମାଟିର ଝିଅ, ପ୍ରଥମ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ  ଭାରତବର୍ଷ ର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରେ ଅଧିଷ୍ଠିତ ହୋଇଥିବାରୁ ସମଗ୍ର ଓଡିଶା ରେ ଖୁସି ର ଲହରୀ ଖେଳି ଯାଇଥିବା ସହ ସହର ଠାରୁ ପୁରପଲ୍ଲୀ ରେ ବିଜୟୀ ଉତ୍ସବ ପାଳନ କରାଯାଇ ଆସୁଥିବା ବେଳେ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ  ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଉଥିବା  ବେଳେ ଗତ ଏକୁସି ତାରିଖ (21.07.22) ଗୁରୁବାର ଦିନ ନିର୍ବାଚନରେ  ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭାବେ ବିଜୟୀ ଘୋଷଣା ହେବା ପରେ ପରେ  ଦିଲ୍ଲୀ ଶ୍ରୀ ନୀଳାଚଳ ସେବlସଙ୍ଘ ତଥା  ଦିଲ୍ଲୀର ପୁରାତନ ହlଉଜ଼ଖାସ  ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ଏହାର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ମହାମହିମା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁ ଙ୍କୁ ଚାରି ନମ୍ବର  ପଣ୍ଡିତପୁଷ୍ପକ ମାର୍ଗ ସ୍ଥିତ ସରକାରୀ ବାସଭବନ ରେ ଭେଟି ପୁଷ ଗୁଚ୍ଛ, ଅଙ୍ଗବସ୍ତ୍ର ଦେଇ ଅଭିନନ୍ଦନ ଜଣାଇଥିଲେ. ପରେ ପରେ ସମ୍ପାଦକ ଶ୍ରୀ ପ୍ରଧାନ ଗଣମାଧ୍ୟମ କୁ କହିଥିଲେ ଓଡିଶା ମାଟିର ପ୍ରଥମ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରେ ଅଧିଷ୍ଠିତ ହୋଇଥିବାରୁ ଏହା ଆମ୍ଭ  ମାନଙ୍କ ପାଇଁ  ଓ ଆମ ରାଜ୍ୟ  ଓଡିଶା ପାଇଁ ଗର୍ବ ଓ ଗୌରବ ର ବିଷୟ. ସମଗ୍ର ଓଡିଶାବାସୀ ଜାତି, ଧର୍ମ, ବର୍ଣ ନିର୍ବେଶେଷରେ ଏଥିନେଇ ଗର୍ବ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ. ରାଷ୍ଟ୍ରପତି ନିର୍ବାଚନର ବହୁ ପୂର୍ବରୁ ଶ୍ରୀମତୀ ମୁର୍ମୁ ସ୍ଥାନୀୟ ହlଉଜ଼ଖାସ  ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର କୁ ଆସି ଚତୁର୍ଦ୍ଧାମୂର୍ତ୍ତୀ ଙ୍କୁ ସହ  ପାର୍ଶ୍ୱ ଦେବା ଦେବୀ ଙ୍କୁ ଦର୍ଶନ କରିବା ସହ ପୂଜା ଅର୍ଚନା କରି ଶ୍ରୀ ବିଗ୍ରହ ମାନଙ୍କ  କୃପା ଭିକ୍ଷା କରିଥିବା ଜଣାଯାଇଛି.

Leave A Reply

Your email address will not be published.