ଭଞ୍ଜନଗର- ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା କାଞ୍ଚନ ମୋବାଇଲ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଥିବା ଦୋକାନ ମାଲିକ ସୁକାନ୍ତ କୁମାର ପାଣିଗ୍ରାହୀ ଥାନାରେ ଅଭିଯୋଗ କରିଛନ୍ତି। କିଛି ଦୁର୍ବୁତ୍ତ ଉପର ଦୋକାନର ସଟର ତାଲା ଭାଙ୍ଗି ଭିତରେ ପଶିବା ପରେ ତଳକୁ ଆସି ମୋବାଇଲ ଦୋକାନର କାଚ କବାଟ ଭାଙ୍ଗି ୨ଜଣ ଭିତରକୁ ପଶିଥିଲେ।ଏହାପରେ ଦୋକାନରେ ଥିବା ବିଭିନ୍ନ ନାମିଦାମୀ କମ୍ପାନୀର ୧୫ଟି ମୋବାଇଲ ସ୍ମାର୍ଟଫୋନ, ସ୍ମାର୍ଟ ଘଣ୍ଟା, କିଛି ମୋବାଇଲ ଉପକରଣ ଓ ଗୋଟିଏ କମ୍ପ୍ୟୁଟର ସିପିୟୁ ଲୁଟି ନେଇଥିଲେ। ସକାଳେ ଦୋକାନ ମାଲିକ ଆସି ଦେଖିଲା ବେଳକୁ ଜିନିଷପତ୍ର ଏଣେତେଣେ ପଡିବା ସହ ପ୍ରାୟ ୪ଲକ୍ଷ ଟଙ୍କାର ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଜାଣି ପାରି ପୋଲିସ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସମୟରେ ଏ ସମସ୍ତ ଘଟଣା ସିସି କ୍ୟାମେରା ରେ କଏଦ ହୋଇଥିବା ଜଣାପଥିଲା।ଉକ୍ତ ସିସି ଟିଭି ଫୁଟେଜ ଆଧାରରେ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।ଦୋକାନର ଜଣେ ପୂର୍ବତନ କର୍ମଚାରୀ ଏବଂ ତାର ଜଣେ ସହଯୋଗୀ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି।