ସୁବର୍ଣ୍ଣପୁର- ଶ୍ରାବଣମାସରଦ୍ୱିତୀୟସୋମବାର ଆଜି ଥିବାରୁ ପବିତ୍ରଦେବଭୂମି ସୁବର୍ଣ୍ଣପୁରଠାରେ ବାବାପଶ୍ଚିମସୋମନାଥ ବଡ଼ସିଂହାର ବେଶରେ ଦର୍ଶନ ଦେଉଥିବା ଦେଖିବାକୁ ମିଳିଥିଲା।ଏଥିପାଇଁ ବାବା ପଶ୍ଚିମସୋମନାଥ ନାନା ଜାତିର ଫୁଲରେ ସଜ୍ଜିତହୋଇଥିବା ବେଶ ବେଶ୍ ମୋନଲଭା ରହିଥିଲା। ଏହି ଦିବ୍ୟଦର୍ଶନ ପାଇଁ ବହୁ ଭାବରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସହର ମଧ୍ୟରେ ରହିଥିବା ଅଷ୍ଟଶମ୍ଭୁଙ୍କ ମଧ୍ୟରେ ବାବା ପଶ୍ଚିମ ସୋମନାଥ ଏକା ଏହି ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଏହି ଦିବ୍ୟବେଶରେ ଦର୍ଶନ ଦେଇଥାନ୍ତି। ଏଥିପାଇଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।