ଦିଗପହଣ୍ଡି: ବାରମ୍ୱାର ଗୁହାରି କଲେ। ହେଲେ କେହି ଶୁଣିଲେ ନାହିଁ।ନିରାଶ ହେଲେ ଦିବ୍ଯାଗଂ ଯୁବକ। ତାକଂ କାର୍ଯ୍ୟ ପାଇଁ ମଗାଯାଇଥିଲା ଲାଞ୍ଚ । ଜଣେ ୯୦ ପ୍ରତିଶତ ଦିବ୍ୟାଙ୍ଗ ବ୍ୟକ୍ତି ଲାଞ୍ଚ ଦେବାକୁ ଅସହାୟତା ପ୍ରକାଶ କଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣିଲେନି। ସବୁଆଡୁ ନିରାଶ ହେବା ପରେ ଆଜି ସେ ବିଷ ପିଇଦେଲେ।ସୂଚନା ପ୍ରକାରେ
ସୋମବାର ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ମିଳିତ ଜନ ଶୁଣାଣି। ଏଥିରେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅଧିକାଂଶ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଏ ସମ୍ପର୍କରେ ଜାଣିପାରି କୁଶପଡ଼ା ବ୍ଲକ ପତାଣ୍ଡ ପୋଷ୍ଠ ଗାଁର ବାଳକୃଷ୍ଣ ଦୋରା ଗୁହାରି କରିବାକୁ ଆସିଥିଲେ। ନିଜ ଜମିକୁ ପଡ଼ୋଶୀ ଜବଦସ୍ତ ମାଡ଼ି ବସି ଘର ନିର୍ମାଣ କରିଥିବା ନେଇ ସେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ। ଏହି ଜମିକୁ ଫେରାଇ ଆଣିବା ପାଇଁ ଡିମାର୍କେସନ୍ କରିଥିଲେ। ଆର୍ଆଇ ଜମି ମାପିବାକୁ ଆସି ଲାଞ୍ଚ ମାଗିଥିବା ଜିଲ୍ଲାପାଳଙ୍କଠାରେ ବାଳକୃଷ୍ଣ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ସବୁ କଥା ଶୁଣିବା ପରେ ବାଳକୃଷ୍ଣ ବାହାରକୁ ଆସି ପାଖରେ ରଖିଥିବା ବିଷ ପିଇ ଦେଇଥିଲେ।ଗୁରୁତର ଭାବରେ ଯୁବକ ଜଣକୁ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି