ଭଦ୍ରକ ମୁଖ୍ୟଚିକିତ୍ସାଳୟରେ ଅନ୍ୟ ବ୍ଲକ ର ଆଶା ଦିଦି ଦଲାଲ ଙ୍କ ପ୍ରାଦୁର୍ଭାବ 

ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ରେ ଦିନକୁ ଦିନ ଦଲାଲ ଙ୍କ ଆଡ଼ା ଜମୁଛି ,ତାହା ସବୁ ଜାଣି ଶୁଣି ମୁଖ୍ୟ ଚିକିତ୍ସାଧିକାରୀ କାହିଁକି ଚୁପ ରହିଛନ୍ତି ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଘଟଣା ଅନୁସାରେ ଧାମନଗର ବ୍ଳକ ର ଜଣେ ଆଶା କର୍ମି ନାମରେ ଏକ ମହିଳା ପରିଚିତ । ଯେ କି ପ୍ରତେକ ଦିନ ମହିଳା ଓ ପ୍ରସୂତି ବଭାଗରେ ଦଲାଲ୍ କରୁଛି ,୬ଟାରୁ ରାତି ୮ ଟା ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହି ଆସନ୍ନ ପ୍ରସବା ଙ୍କୁ ବିଭିନ୍ନ ଘରେଇ ନସିଂ ହୋମ ଯାଇ ପ୍ରସବ ପାଇଁ ପ୍ରବର୍ତ୍ତାଇ ନେବାରେ ନିଜକୁ ନିୟୋଜିତ କରିବା ରେ ଅଭିଯୋଗ ହୋଇଛି। ତାହା ସହ ଭଦ୍ରକ ମେଡ଼ିକାଲ ରେ ବିଭିନ୍ନ ଷ୍ଟାପ କମୀ ମାନଙ୍କୁ ହାତା ହାତୀ କରିଛି ।ସରକାରୀ ଆଶା କର୍ମି ହୋଇ ସିଧା ମହିଳା ପ୍ରସବ କେନ୍ଦ୍ରରେ ପଶି ଯାଉ ପେସେଣ୍ଟ କୁ ନେଉ ଯାଉଛନ୍ତି ,ହେଲେ ସେଠାରେ ଷ୍ଟାପ ମାନେ ଚୁପ ରହୁଛନ୍ତି । ଏ ଦିଗରେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ନହେଲେ ଗରିବ ମହିଳା ମାନେ ଭଦ୍ରକ ମେଡ଼ିକାଲ ରେ ଯେଉଁ ସୁବିଧା ପାଇଁ ଆସୁଛନ୍ତି ତାହା ସଂପୂର୍ଣ୍ଣ ବନ୍ଧ ରହିଯିବ । ସାଧାରଣରେ ଏହା ଦାବୀ ହୋଇଛି ।

Leave A Reply

Your email address will not be published.