ଜଟଣୀ- ବେଣାପଞ୍ଜରୀ ଗ୍ରାମପଂଚାୟତ ଅନ୍ତର୍ଗତ ବୁଢାଙ୍ଗରା ଓ ପାଣ୍ଡିଆବିଲି ଗ୍ରାମ ୫/୬ ଦିନ ହେଲା ଏକରକମ ଜଟଣୀ ବ୍ଲକରୁ ବିଛିନ୍ନ ହୋଇ ରହିଥିଲା..ଜଟଣୀ ଆସିବାକୁ 30 କିମି ବୁଲିକି ଆସିବାକୁ ପଡୁଥିଲା ଗ୍ରାମବାସୀଙ୍କ ଦୁଃଖ ସରପଞ୍ଚ ଦେଖିବାପରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ଅବଗତ କରାଇଥିଲେ… ଆଜି ଦିବା ୧.୩୦ ମିନିଟ ସମୟରେ ଗ୍ରାମବାସୀଙ୍କ ବୃହତ୍ତର ସ୍ୱାର୍ଥକୁ ଦେଖି ବିଜୁ ଜନତା ଦଳ,ଜଟଣୀ ପକ୍ଷରୁ ଏକ ଡ଼ଙ୍ଗା କିଣି ଡ଼ଙ୍ଗାକୁ ଲୋକଙ୍କ ସେବାରେ ଉତ୍ସର୍ଗୀକୃତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ,କୋଷାଧ୍ୟକ୍ଷ ରାଜ କିଶୋର ସ୍ୱାଇଁ,ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ପୌରାଧକ୍ଷ ଅନନ୍ତ ବେହେରା, ଉପାଦ୍ଧକ୍ଷା ଆରତୀ ରାଉତ,ଖୋର୍ଦ୍ଧା ବିଜେଡି ଉପସଭାପତି ବିଜୟ ଛୋଟରାୟ,ବିଜେଡି ନଗର ସଭାପତି ଆଶୁତୋଷ ପ୍ରତାପ ସିଂ, ବେଣାପଞ୍ଜରୀ ସରପଞ୍ଚ ପ୍ରତିନିଧି ସାହା ଜାଫର ଅଲ୍ଲୀ,ବିଜେଡି ବେଣାପଞ୍ଜରୀ ପଞ୍ଚାୟତ ସଭାପତି ଏମ ଡି କୌସର,ତିରିମଲ୍ ପଞ୍ଚାୟତ ବିଜେଡି ସଭାପତି ରତ୍ନାକର ପ୍ରଧାନ,ସମସ୍ତ ୱାର୍ଡ ମେମ୍ବର ଓ ପାଣ୍ଡିଆବିଲି, ବୁଢ଼ାଙ୍ଗରା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।ଦୁଇ ଗ୍ରାମବାସୀମାନେ ବିଭୂତି ବଳବନ୍ତରାୟ,ସରପଞ୍ଚ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି