କେନ୍ଦ୍ରାପଡ଼ା(ନି.ପ୍ର)ମାଟି କାଦୁଅ ରାସ୍ତା ରେ ଯାତାୟତ ସାଜିଛି ଦୁର୍ଗମ. କଚ୍ଚା ରାସ୍ତା ସାଜିଛି ଗମନାଗମନ ର ମାଧ୍ୟମ.ପକ୍କା ରାସ୍ତା ସ୍ବପ୍ନ ସାଜିଛି. ଏ କେଉଁ ଉପାନ୍ତ ଅଞ୍ଚଳ ର କଥା ନୁହଁ ବରଂ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପଲେଇ ପଞ୍ଚାୟତ ର କାଜିପୁର ଗ୍ରାମ ର. କଟକ-ଚାନ୍ଦବାଲି ରାଜରାସ୍ତା ଠୁ ଦୁଇ କିଲୋମିଟର ସମିପ ରେ ଥିବା ଏହି ଗ୍ରାମ ର ବାସିନ୍ଦା ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଚଳାଚଳ ରୁ ବଞ୍ଚିତ ଅଛନ୍ତି. ଅଭିମାନ ସ୍ୱରୂପ ରାସ୍ତା ରେ କିଛି ଲୋକ ଧାନ ରୋଇ ପ୍ରତିବାଦ କରିଛନ୍ତି.ପଲେଇ ପଞ୍ଚାୟତ ୬ ନମ୍ବର ୱାର୍ଡ଼ ର କାଜିପୁର ଗ୍ରାମ ର ଏହି ରାସ୍ତା ଟି ର ପରିଧି ଦେଢ଼ କିଲୋମିଟର. ଏହି ରାସ୍ତା ରେ ଦିନକୁ ଏକ ହଜାଇ ଗାଡି ଗମନା ଗମନ କରେ.ଏହି ରାସ୍ତା ଟି ରାଜରାସ୍ତା କୁ ସଂଯୋଗୀକୃତ ମୁଖ୍ୟ ରାସ୍ତା. ତେବେ କାଜିପୁର ଅଞ୍ଚଳ ଆଖପାଖ ଦଶ ଖଣ୍ଡ ଗ୍ରାମ ର ଲୋକମାନଙ୍କର ଯାତାୟାତ ର ଏକମାତ୍ର ମାଧ୍ୟମ ଏହି ରାସ୍ତା.କିନ୍ତୁ ପ୍ରଶାସନିକ ଅବହେଳା ରୁ ରାସ୍ତା ଟି ପକ୍କା ରାସ୍ତା ହୋଇପାରିନଥିବା ଯୋଗୁଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସି.
ବିଶେଷ କରି ବର୍ଷା ଦିନ ରେ ରାସ୍ତା ରେ ପାଣି ଜମି ରହି କୁତ୍ରିମ ପୋଖରୀ ଭଳି ରାସ୍ତା ରେ ପାଣି ର ସୁଅ ଚାଲୁଚି.ରାସ୍ତା ରେ କୁଢ଼ କୁଢ଼ କାଦୁଅ ଜମୁଥିବାରୁ ଯାତାୟାତ ଦୁର୍ଗମ ପାଲଟି ଯାଏ. ଏନେଇ ପ୍ରଶାସନ ନିକଟ ରେ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ର ଦୃଷ୍ଟି ପଡୁନଥିବା ଅଭିଯୋଗ ହୋଇଛି.
ସ୍ଥାନୀୟ ସରପଞ୍ଚ ଆକ୍ରୋଶ ମୂଳକ ଭାବେ ଏହି ଗ୍ରାମ କୁ ସମ ଦୃଷ୍ଟି ରେ ଦେଖୁନଥିବା ରୁ ପ୍ରଶାସନିକ ଦୃଷ୍ଟି ରୁ ବଞ୍ଚିତ ହେଉଛି ଏହି ଗ୍ରାମ ଓ ଗ୍ରାମ ର ରାସ୍ତା.
ରାସ୍ତା ପାଇଁ ଅଞ୍ଚଳ ର ଲୋକ ମାନଙ୍କ ବିବାହ, ଜାନିଯାତ୍ରା ଭାଙ୍ଗି ଯଉଥିବା ଅଭିଯୋଗ ହୋଇଛି. ବର କନ୍ୟା ଏହି ରାସ୍ତା ଦେଇ ମଧ୍ୟ ଯାତାୟତ କରିବା କଷ୍ଟ ସାଧ୍ୟ. ଅନେକ ବର୍ଷ ହେବ ରାସ୍ତା ରେ ଗୋଡି ମୁଠାଏ ପଡିନି. ଫଳ ରେ ଏହି ରାସ୍ତା ଯୋଗୁଁ ବିଶେଷ କରି ବର୍ଷା ଦିନରେ ବାହ୍ୟ ଜଗତ ରୁ ଏକ ପ୍ରକାର ବିଛିନ୍ନ ହେଉଛନ୍ତି ଅଞ୍ଚଳ ବାସି.
ଛାତ୍ର ଛାତ୍ରୀ ମlନେ ବିଦ୍ୟାଳୟ ଯିବା ସମୟରେ ରାସ୍ତା ରେ ପାଣି କାଦୁଅ ଜମି ରହି ଥୁବାରୁ ଅନେକ ଅସୁବିଧା ହେଉଛି. ଛୋଟ ପିଲା ମାନେ ଏହି କଚ୍ଚା ରାସ୍ତା ରେ ପାଣି କାଦୁଅ ରେ ପଶି ରାସ୍ତା ପାରି ହେଉଥିବା ଦେଖିବାକୁ ମିଳିଛି. ଅନେକ ପିଲା ରାସ୍ତା ର ଏଭଳି ଅବସ୍ଥା ଯୋଗୁଁ ବିଦ୍ୟାଳୟ ଯିବାକୁ ମଙ୍ଗୁ ନାହାନ୍ତି . ପାଣି କଦୁଅ ରେ ପଶି ରାସ୍ତା ପାରି ହେଉଥିବାରୁ ଗୋଡ଼ ରେ ଚର୍ମ ରୋଗ ବ୍ୟାପୁଥିବା ଅଭିଯୋଗ ଆସିଛି. ଅନେକ ଗାଡି ମୋଟର, ଗାଈଗୋରୁ ଏହି ରାସ୍ତା ଦେଇ ପାଣି କାଦୁଅ ରେ ପଶି ଯାତାୟାତ କରୁଛନ୍ତି. ଏନେଇ ଗ୍ରାମ ବାସି ମାନେ ଅଭିଯୋଗ ଶୁଣାଣି ଶିବିର ରେ ପ୍ରଶାସନିକ ଅଧିକାରୀ ଙ୍କୁ ରାସ୍ତା ନିର୍ମାଣ ପାଇଁ ଦାବିପତ୍ର ଦେଇଥିଲେ.
ଏନେଇ ଡେରାବିଶ ବିଡ଼ିଓ ଙ୍କୁ ଅବଗତ କରାଇବାରୁ ଆଗାମୀ ଦିନରେ ଏହି ସମସ୍ୟା ର ସମାଧାନ କରାଯାଇ ଏହାକୁ ପକ୍କା ରାସ୍ତା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି.ପଲେଇ କାଜିପୁର ଅଞ୍ଚଳ ବାସି ଙ୍କ ପାଇଁ ପକ୍କା ରାସ୍ତା ସ୍ବପ୍ନ ସାଜିଥିବା ବେଳେ ପାଣି କାଦୁଅ ରାସ୍ତା ରେ ଦଶ ଖଣ୍ଡ ଗ୍ରାମ ର ବାସିନ୍ଦା ଙ୍କ ଯାତାୟତ ଜନିତ ନାନାଦି ସମସ୍ୟା ଉପୁଜୁଛି. ବିଡ଼ିଓ ଙ୍କୁ ଅଭିଯୋଗ ପରେ ପ୍ରତିଶୃତି ଅନୁଯାୟୀ କେବେ ପ୍ରଶାସନ ର ନଜର ପଡୁଛି ତାହା ସମୟ ସାପେକ୍ଷ
. ଅଞ୍ଚଳବାସି ତୁରନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି