ବାଲେଶ୍ଵର ଜିଲ୍ଲା ପରିଷଦ  ସଭାପତିଙ୍କ ବାଲିଆପାଳ ବ୍ଲକ ଗସ୍ତ, ଚାଳିତ ବର୍ଷ କାର୍ଯ୍ୟର ସମୀକ୍ଷା, ଗ୍ରାମବାସୀଙ୍କ ସହଯୋଗର ଅସପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ

ବାଳିଆପାଳ -ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ବୁଧବାର ପୂର୍ବାହ୍ନ ରେ ବାଲିଆପାଳ ଗସ୍ତରେ ଆସି ବ୍ଲକ ସଭାଗୃହରେ ବ୍ଲକ ର ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା ସହିତ ବ୍ଲକର ବିଭିନ୍ନ ଯୋଜନା ବିଷୟରେ ସମିକ୍ଷା କରିଥିଲେ।ଯେଉଁ କାର୍ଯ୍ୟ ଗୁଡ଼ିକ ଅସମ୍ପୂର୍ଣ୍ଣ  ପଡିଛି ଗ୍ରାମବାସୀଙ୍କ ସହଯୋଗର ସେ କାର୍ଯ୍ୟକୁ ତୁରନ୍ତ ଶେଷ କରିବା  ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ।ଏଥି ସହିତ ଆଗାମି ଦିନରେ ବନ୍ୟା ବାତ୍ୟାର ମୁକାବିଲା ସହିତ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସଜାଗ ରବିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ

ସମିକ୍ଷା ବୈଠକରେ ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ,ମହିଳା ଓ ଶିଶୁ ବିଭାଗ ସହିତ,ଡ୍ରେନେଜ ବିଭାଗ ସହିତ ଅନ୍ୟ ସମସ୍ତ ଲାଇନ ବିଭଗର ଅଧିକାରୀ ମାନେ ଯୋଗଦେଇ ନିଜ ନିଜ ବିଭଗର ସୁବିଧା ଅସୁବିଧା ବିଷୟ ରେ ଆଲୋଚନା କରିଥିଲେ। ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶ, ବାଲିଆପାଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ବ୍ଲକ ସହକାରୀ ଯନ୍ତ୍ରୀ ଭାଗିରଥି ବେହେରା,ଜିଲ୍ଲାପରିଷଦ ସଦସ୍ୟ ବାବାଜୀ ଦେହୁରୀ, କାଞ୍ଚନ ବାଳା ଜେନା, ବେଣୁଧର ଜେନା, ନିଶାକର ସେଠିଙ୍କ ସହିତ ବ୍ଲକର ସମସ୍ତ ଜେଇ, ସିଡିପିଓ,ପଞ୍ଚାୟତ ସମିତି ସଦସ୍ୟ, ସ୍ଵାସ୍ଥ୍ୟ ବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ, ଡ୍ରେନେଜ ବିଭାଗ, ବିଦୁତ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ।

Leave A Reply

Your email address will not be published.