ଧାମନଗର-ଧାମନଗର ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ପଞ୍ଚାୟତର ଚାଷୀମାନେ ପୁର୍ବ ବର୍ଷ ନିର୍ଗୁଣ୍ଡି ପଞ୍ଚାୟତର ମଧ୍ୟ ସ୍ଥଳି ବାରିକପୁର ବଜାରରେ ଅବସ୍ଥିତ ଜଳମଣ୍ଡୁଆ ସେଵା ସମବାୟ ସମିତିରେ ଧାନ ବିକ୍ରୟ କରିଥିଲେ।କାରଣ ଏହି ସମବାୟ ସମିତିକୁ ଯୋଗା ଯୋଗର ସୁବିଧା ସହିତ ଧାନ ମହଜୁତ ରଖିବାରେ ପ୍ରଶସ୍ତ ସ୍ଥାନ ଥିବାରୁ ଲୋକମାନେ ନିର୍ଭୟରେ ଧାନ ବିକ୍ରୟ କରିବାକୁ ଆଣିଥାନ୍ତି।କିନ୍ତୁ ଚଳିତ ବର୍ଷ ପଞ୍ଚାୟତର ଏକ ଏସ ଏଚ ଜି ଗ୍ରୁପ ଚାଷୀ ମାନଙ୍କଠାରୁ ଧାନ କ୍ରୟ କରିବାକୁ ମସୁଧା ଚଳାଉଥିବାରୁ ପଞ୍ଚାୟତର ଚାଷୀମାନେ ଏକଜୁଟ ହେବା ସହିତ ଏହାକୁ ଦୃଢ଼ ବିରୋଧ କରୁଛନ୍ତି।କାରଣ ପଞ୍ଚାୟତର ଏସ ଏଚ ଜି ଗ୍ରୁପ ଧାନ କ୍ରୟର ଅନୁମତି ପାଇଗଲେ ପଞ୍ଚାୟତର ଲୋକମାନେ ନାନାଦି ଅସୁବିଧାରେ ସମୁଖୀନ ହେବାକୁ ପଡିଵେ କାରଣ ଏହି ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ଗୋଟିଏ ପାର୍ଶ୍ଵରେ ଅବସ୍ଥିତ ସହିତ ଗମନାଗମନ ଓ ଧାନ ରଖିବା ପାଇଁ ଖଳାର ବ୍ୟାପକ ବ୍ୟବସ୍ଥା ନଥିବା ସହିତ ଏହା ମଧ୍ୟ ବନ୍ୟାଞ୍ଚଳ ହୋଇଥିବାରୁ ସାମାନ୍ୟ ବର୍ଷା ଟିକିଏ ହେଲେ ଯୋଗାଯୋଗ ବିଛିନ୍ନ ସହିତ ପାଣିର ଲହଢି ମାରୁଥାଏ।ତେଣୁ ଏହି ଏସ ଏଚ ଜିକୁ ନାକଚ କରିବା ସହିତ ପୁର୍ବପରି ଜଳମଣ୍ଡୁଆ ସେବାସମବାୟ କୁ ଧାନ କ୍ରୟର ଅନୁମତି ଦେବା ପାଇଁ ଏହି ପଞ୍ଚାୟତର ଚାଷୀମାନେ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ବଦ୍ରି ନାରାୟଣ ଧଳଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଚାଷୀମାନଙ୍କ ସମସ୍ୟାକୁ ଉପଲବ୍ଧ କରିବା ସହିତ ଏହାର ସମାଧାନ ପାଇଁ ଗୁରୁତ୍ବ ଦେବା କୁ କହିଥିଲେ। ଏତଦବ୍ୟତୀତ ଧାନ ବିକ୍ରୟ କରିବା ପାଇଁ ପ୍ରଥମେ ଅନଲାଇନରେ ପଞ୍ଜିକରଣ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।