କେନ୍ଦ୍ରାପଡା(ନି. ପ୍ର )ସମୟ ବଦଳିଛି. କିଛି ଲୋକ ମଧ୍ୟ ସମୟ ସହ ବଦଳି ଯିବାକୁ ପ୍ରୟାସ ଜାରି ରଖିଛନ୍ତି. ହେଲେ ବଦଳିନି ଆମ ପରମ୍ପରା ଓ ସଂସ୍କୃତି. ତେବେ କେଉଁଠି ଭୁଲ ବୁଝାମଣା ଯୋଗୁଁ ହେଉ ଅବା ପାଶ୍ଚାତ୍ୟ ସଭ୍ୟତା ପ୍ରଭାବ ହେଉ ତା’ରି ସଂସ୍ପର୍ଶ ରେ ଆଶି କିଛି ଲୋକ ବେଳେବେଳେ ଧର୍ମ ପଥ ର ପଥିକ ମାନଙ୍କୁ ଚିହିଁ ପାରୁନାହାନ୍ତି.
ଏଭଳି ଘଟଣା ଦେଖିବାକୁ ମିଳିଛି ଆଳି ଅଞ୍ଚଳ ରେ.
ଚାଲିଛି ଚକୁଳିଆ ପଣ୍ଡା ଙ୍କ ସୁମଧୁର କଣ୍ଠରେ ଚକୁଳିଆ ପଣ୍ଡା ଗୀତ । ସତରେ ଚକୁଳିଆ ପଣ୍ଡା ଗୀତ କାନରେ ବାଜିଲେ ସମସ୍ତେ ଦୌଡ଼ି ଆସିଥାନ୍ତି ଦାଣ୍ଡ ଦୁଆରକୁ ଶୁଣିବାକୁ ଖୁବ୍ ଭଲ ଲାଗେ, । ଆଜି ସେଇ ଚକୁଳିଆ ଗୀତ ମାଧ୍ୟମରେ ଡେଙ୍ଗୁ ସଚେତନତା ବାର୍ତ୍ତା ଦେବାକୁ ଆସି ଜଣେ କଳାକାର କିଛି ଉପସ୍ଥିତ ଲୋକ ଙ୍କ ରୋଷର ଶିକାର ହୋଇଥିଲେ ।ଏମିତିକି କିଛି ଲୋକ ବିରୋଧ କରି ଟଣା ଘୋଷରା କରିଥିଲେ ଯାହା ଫଳରେ ହଟହଟା ହୋଇଥିଲେ ଚକୁଳିଆ ପଣ୍ଡା l
ଏହି ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଆଳି ଉପକଣ୍ଠ ଶ୍ରୀ ଶ୍ରୀ ଲକ୍ଷ୍ମୀ ବରାହଜୀଉ ମନ୍ଦିର ସମୁଖ ରେ । ସୂଚନାରୁ ପ୍ରକାଶ ଚକୁଳିଆ ପଣ୍ଡାଙ୍କୁ ଟଣାଘୋଷରା କରିଥିବା ଲୋକଙ୍କ କହିବା କଥା ନୀତିନିୟମ ଅନୁଯାୟୀ ଶ୍ରାବଣ ମାସରେ ଚକୁଳିଆ ପଣ୍ଡାଙ୍କୁ ଭିକ୍ଷା ବାରଣ ଥିବାବେଳେ ସେ ଭିକ୍ଷା କରିବାକୁ ଆସିଥିବାରୁ ସାଧାରଣ ଲୋକ ବିରୋଧ କରିଥିଲେ । କିନ୍ତୁ ପରେ ଜଣାପଡ଼ିଲା ଭିକ୍ୟା କରିବାକୁ ଆସିଥିବା ଚକୁଳିଆ ପଣ୍ଡା ଭିକ୍ଷା ପାଇଁ ନୁହେଁ ସେ ଆସିଥିଲେ କଳାକାର ହିସାବରେ ଡେଙ୍ଗୁ ରୋଗରେ ସଚେତନତା ବାର୍ତ୍ତା ଚକୁଳିଆ ପଣ୍ଡା ଗୀତ ମାଧ୍ୟମରେ ସଚେତନ କରିବାକୁ ଆସିଛନ୍ତି ।
ଜଗତ୍ସିଂହପୁର କୁଜଙ୍ଗ ଗଡ଼ ବିଦ୍ୟାଧର ଷେଣ୍ଢ ପାଇକ ଆଖଡା ତରଫରୁ ସଭାପତି ପାଇକ ଗୁରୁ ଗୋଲେଖ ଜୟ ସିଂହ ଉପସଭାପତି ଶରତ କୁମାର ଦାସ ଡେଙ୍ଗୁ ମ୍ଯାଲେରିଆ ପ୍ରତିହତ କରିବା ପାଇଁ ବାର୍ତ୍ତା ପରିବେଷଣ କରିଥିଲେ l ଲକ୍ଷ୍ମୀବରାହ ମନ୍ଦିର ପ୍ରାଙ୍ଗଣ ଆଳି ବ୍ଲକ ଆଳି ତହସିଲ ଓ ଆଳି ବସ ଷ୍ଟାଣ୍ଡ ତଥା ଅନ୍ନପୂର୍ଣା ପଡିଆ ଠାରେ ଏହି ବାର୍ତ୍ତା ପରିବେଷଣ କରିଥିଲେ l ଏ କାର୍ଯ୍ୟକ୍ରମ ରେ ଗଣେଶ୍ୱର ରାୟ ( ହୀରା ) I ସହଯୋଗ କରିଥିଲେ l