ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କୁ ନେଇ ସୁଗୋ ଉନ୍ନୟନ ଓ ସୁରକ୍ଷା ମଞ୍ଚ ତରଫରୁ କୃତଜ୍ଞତା

ଜଳେଶ୍ଵର, (ନିପ୍ର)- ସୁଗୋ ଗ୍ରାମ ପଞ୍ଚାୟତ ରେ କାଶିଡିହା ଓ ଭୁରୁକୁଣ୍ଡା ଗ୍ରାମରେ ପୃଥକ୍ ପୃଥକ୍ ୨ଟି ପାନୀୟ ଜଳ ପ୍ରକଳ୍ପ ର କାର୍ଯ୍ୟକୁ ଶୋଭାରମ୍ଭ କରିଛନ୍ତି ବାଲେଶ୍ବର ଜିଲ୍ଲାର ଜିଲ୍ଲା ପରିଷଦ ଉପସଭାପତି ଅନୁଶୟା ପ୍ରଧାନ ଓ ଜଳେଶ୍ଵର ବ୍ଲକ ଉପାଧକ୍ଷା ସଞ୍ଜିତା ସେନାପତି ପୂର୍ବତନ ସରପଞ୍ଚ ଦିନେଶ କୁମାର ଜେନାଙ୍କ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ପାଇଁ ପଦକ୍ଷେପ ସ୍ଵରୋପ ଶ୍ରୀଫଳ ଫଟାଇ କାର୍ଯ୍ୟର ଶୋଭାରମ୍ଭ କରିଥିଲେ । ଗ୍ରାମମୂଖ୍ୟ ଙ୍କ ପୂର୍ଣ୍ଣ ସହଯୋଗ ସହ ପ୍ରଥମେ ତାଙ୍କ ଦ୍ୱାରା ଶୋଭାରମ୍ଭ କରା ଯିବାର ପ୍ରସ୍ତାବ ଶ୍ରୀଜେନା ଦେବା ସହ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତି କୁ ସ୍ଵାଗତ କରିଥିଲେ । ଏହା ବ୍ୟତୀତ ବାଣିଦାରେ ହେବାକୁ ଥିବା ୨ଟି ପ୍ରକଳ୍ପର ସ୍ଥାନ ପରିଦର୍ଶନକୁ ନେଇ ସୁଗୋ ଉନ୍ନୟନ ଓ ସୁରକ୍ଷା ମଞ୍ଚର ସଂପାଦକ ବିନୟ ମହାନ୍ତି ପ୍ରସଂଶା କରିବା ସହିତ ପାନୀୟ ଜଳ ସମେତ ଗ୍ରାମ ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ପାଇଁ ମାନ୍ୟବର ମନ୍ତ୍ରୀ ଆଶ୍ଵନୀ କୁମାର ପାତ୍ର ମହୋଦୟଙ୍କ ର ଆନ୍ତରିକତା କୁ ଶ୍ରେୟ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନାଏବ୍ ସରପଞ୍ଚ ପୁଷ୍ପଲତା ଜେନା ସମେତ ୱାର୍ଡ଼ସଭ୍ୟ ଓ ସଭ୍ୟା ଓ ମାନ୍ୟଗଣ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।ପଞ୍ଚାୟତରେ ଗଠନ ମୂଳକ କାର୍ଯ୍ୟ କରିବା ପାଇଁ ଦାବୀ ଉଠାଇ ଆସୁଥିବା ସୁରକ୍ଷା ମଞ୍ଚକୁ ସମର୍ଥନ ଜଣାଉ ଥିବା ସମର୍ଥକଙ୍କୁ ସଭାପତି ପଲଟୁ ଦାସ ଓ ଆବାହକ ତନୋଜ ମହାନ୍ତି ସାଧୁବାଦ ଜଣାଇବା ସହିତ ପଞ୍ଚାୟତ ବାସୀଙ୍କ ସ୍ଵାର୍ଥରକ୍ଷା ପାଇଁ ଆବଶ୍ୟକ ବେଳେ ମଞ୍ଚ ପଦକ୍ଷେପ ଓ ଦାବୀ ଉଠାଇବ ବୋଲି ମଞ୍ଚର କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି । ସକରାତ୍ମକ ପଦକ୍ଷେପ ତଥା ସହଯୋଗ ପୂର୍ବକ ଉପସ୍ଥିତି ପାଇଁ ସୁଗୋ ପଞ୍ଚାୟତ ବାସୀଙ୍କ ତରଫରୁ ଜଳେଶ୍ଵର ବ୍ଲକର ଉପାଧ୍ଯକ୍ଷା ସଞ୍ଚିତା ସେନାପତି ଓ ଜିଲ୍ଲା ପରିଷଦ ଉପ ସଭାପତି ଅନୁଶୟା ପ୍ରଧାନଙ୍କୁ ଅଭିନନ୍ଦନ ସହ କୃତଜ୍ଞତା ଜଣାଇଥିଲେ । ପ୍ରକାଶ ଥାଉକି ପୂର୍ବ ପ୍ରସ୍ତାବିତ ପାସ ହୋଇଥିବା ପ୍ରକଳ୍ପ ଗୋଡ଼ିକୁ କାର୍ଯ୍ୟକାରୀ କରିବାରେ ପୂର୍ବତନ ସରପଞ୍ଚ ଦିନେଶ ଜେନାଙ୍କ ଆନ୍ତରିକ ଉଦ୍ୟମ ଫଳରେ ପ୍ରକଳ୍ପ ଗୋଡ଼ିକ କାର୍ଯ୍ୟକାରୀ କରାଯିବା ସହିତ ବିକାଶକୁ ଆଗେଇ ନେବା ପାଇଁ କରୁଥିବା ଉଦ୍ୟମକୁ ପଞ୍ଚାୟତ ବାସୀ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.