ସୁବର୍ଣ୍ଣରେଖା ବନ୍ଦର ହେଲେ ବାଲିଆପାଳ ଅଞ୍ଚଳ ରେ ଚାକିରିର ସୁଯୋଗ ସୃଷ୍ଟି ହେବ। ପେଟ୍ରୋକେମିକାଲ ପ୍ଲାଣ୍ଟ ହେଲେ ଏହାକୁ ସୁବର୍ଣ୍ଣରେଖା ବିକାଶ ପରିଷଦ ବିରୋଧ କରିବା

ବାଲିଆପାଳ-  ଦକ୍ଷିଣା ବାଲିଆପାଳ ରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟ କ୍ଷମ ହେଲେ ବାଲିଆପାଳ ଅଞ୍ଚଳ ରେ ଚାକିରିର ସୁଯୋଗ ସୃଷ୍ଟି ହେବା ସହିତ ବାଲିଆପାଳ ଅଞ୍ଚଳରୁ ବହୁ ବେକରୀ ଯୁବକ ଚାକିରି ପାଇପାରିବେ। ବାଲିଆପାଳ ର ବିକାଶ ହେବ। ସେଥି ପାଇଁ ବନ୍ଦର କାର୍ଯ୍ୟକୁ ତ୍ୱାରନ୍ୱିତ କରିବାକୁ ସରକାରଂକ ଠାରେ ଦାବି କରୁଛୁ କିନ୍ତୁ ପେଟ୍ରୋକେମିକାଲ ପ୍ଲାଣ୍ଟ ହେଲେ ସୁବର୍ଣ୍ଣରେଖା ବିକାଶ ପରିଷଦ ପକ୍ଷରୁ ଦୃଢ ବିରୋଧ କରାଯିବ ବୋଲି ଶୁକ୍ରବାର ସନ୍ଧ୍ୟା ରେ ପ୍ରତାପ ପୁର ମହାଦେବ ମନ୍ଦିର ନିକଟ ଜୟଦୁର୍ଗା କ୍ଳବ ସଭା ଗୃହ ରେ  ସୁବର୍ଣ୍ଣରେଖା ବିକାଶ ପରିଷଦ ପକ୍ଷ ରୁ ଆୟୋଜିତ ଖବର ଦାତା ସମ୍ମିଳନୀରେ ପରିଷଦର ସଭାପତି ତଥା ବିଜେଡି ନେତା ହଡ଼ି ବନ୍ଧୁ ଜେନା ଙ୍କ ସହିତ ଉପସ୍ଥିତି ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ।

  ବାଲେଶ୍ୱର ଜିଲ୍ଲାର ଦକ୍ଷିଣ ବାଲିଆପାଳର ସମୁଦ୍ର ଉପକୂଳ ଚୌମୁଖ ଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରକୁ  ମୁଖ୍ୟମନ୍ତ୍ରୀ  ୨୦୦୮ ମସିହାରେ ଶିଳାନ୍ୟାସ କରିଥିଲେ ମଧ୍ଯ ବନ୍ଦର କର୍ତୃପକ୍ଷ ଓ ରାଜ୍ୟସରକାର କୁ  ଭିଟାମାଟି ସୁରକ୍ଷା କମିଟିର  ବିରୋଧରେ ଅଜି ଯାଏ ବନ୍ଦର ନିର୍ମାଣ କାର୍ଯ  ହୋଇ ପାରୁନାହିଁ। ଏହାକୁ ଦୃଷ୍ଟି ରେ ରଖି ବନ୍ଦର ସପକ୍ଷବାଦୀ ଭାବରେ ବାଲିଆପାଳ ର ଅଗ୍ରଣୀ ସେଛା ସେବି ସଙ୍ଗଠନ ସୁବର୍ଣ୍ଣରେଖା ବିକାଶପରିଷଦ ପକ୍ଷ ରୁ ଜଗତି ପୁର ପଞ୍ଚାୟତ ର ବିଜେଡି ଯୁବନେତା ମୃତ୍ୟୁଞ୍ଜୟ ଗୁଛାୟତ ,  ଜଗତି ପୁର ପଞ୍ଚାୟତର ବିଜେଡି ନେତା ସଂଗ୍ରାମ ପରିଡା  , ପ୍ରତାପ ପୁର ପଞ୍ଚାୟତର ବିଜେଡି ନେତା ଅଶ୍ୱନି ପାତ୍ର , ବାଲିଆପାଳ ବ୍ଲକ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରଦୀପ ଜେନା , ବିଷ୍ଣୁ ପୁର ପଞ୍ଚାୟତର  ବିଜେଡି ଯୁବ ନେତା ସରୋଜ ଦାସ , ସୁବ୍ରତ ପାତ୍ର ପ୍ରମୁଖ  ଖବର ଦାତା  ସମ୍ମିଳନୀ ଜରିଆରେ  କାର୍ଯ୍ୟ ତ୍ୱାରନୀତ କରିବାକୁ କମ୍ପାନୀ କୁ ଜଣାଇଛନ୍ତି । ବନ୍ଦର ହେଲେ କୌଣସି ପରିବାର ବିସ୍ଥାପିତ ହେବେନାହିଁ ସେଥିପାଇଁ ଆଗାମୀ ଦିନରେ ୫ ହଜାର ସ୍ଵାକ୍ଷର ସମ୍ବଳିତ ଦରଖାସ୍ତ ସରକାରଙ୍କୁ ଦେବା ସହିତ ବିପକ୍ଷବାଦୀ ଓ ସପକ୍ଷବାଦୀ ଙ୍କୁ ନେଇ ଏକ ଜନସମାବେଶ କରାଯାଇ ଲୋକମାନଙ୍କୁ ସଚେତନ କରାଯିବ ବୋଲି ସମ୍ମିଳନୀ ରେ ପାରିଷଦ ପକ୍ଷରୁ ପ୍ରକାଶ କରାଯାଇଛି।

Leave A Reply

Your email address will not be published.