ବାଲିଆପାଳ- ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତୀ ଆଗ୍ରହ ସୃଷ୍ଟି କରିବା ସହିତ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ପାଇଁ ବାଲିଆପାଳ ସରସ୍ୱତୀ ଶିଶୁ ମନ୍ଦିରରେ ପରିସରରେ ଶନିବାର ବିଦ୍ୟାଳୟ ପକ୍ଷ ରୁ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ସମସ୍ତ ଛାତ୍ରୀ ଛାତ୍ର ଉକ୍ତ ମେଳାରେ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଗୁରୁଜୀ ମନୋଜ ବାରିକ ଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ସଭାରେ ବାଲିଆପାଳ ସିଆରସିସି ଅଶୋକ କୁମାର ଗିରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜ୍ଞାନ ବିଜ୍ଞାନ ମେଳାକୁ ଅନୁଷ୍ଠାନିକ ଭବରେ ଉଦ୍ଘାଟନ କରିଥିବା ବେଳେ ସୁନାରୁଇ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅମିତ କୁମାର ନାୟକ ,ଜଗାଇ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପବିତ୍ର କୁମାର ପଣ୍ଡା , ସିମୁଳିଆ ସ୍କୁଲର ବିଜ୍ଞାନ ଶିକ୍ଷକ ଯଶୋବନ୍ତ ଜେନା ପ୍ରମୁଖ ବିଚାରକ ମଣ୍ଡଳୀ ଭାବରେ ଯୋଗ ଦେଇ ପିଲାମାନଙ୍କର ପ୍ରତିଭାର ସ୍ଥାନ ନିରୋପଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପଞ୍ଚାନନ ପଣ୍ଡା,ସମ୍ପାଦକ ଡା. ଦେବବ୍ରତ ଦଣ୍ଡପlଟ,ସଦସ୍ୟ ହିମାଂଶୁ ଜେନା, ରବୀନ୍ଦ୍ର ଦଣ୍ଡପାଟ ଯୋଗ ଦେଇଥିଲେ।ଗୁରୁଜୀ ପୁଲିନ କୁମାର ନନ୍ଦି, ରିଆଜ ଖାଁ, ଶୁଭ୍ରାଂଶୁ ଦେ ଅଶୋକ କର ଗୁରୁମା ସଞ୍ଜୁ ମହାନ୍ତି, ସଞ୍ଜୁ ପାତ୍ର, ବିଷ୍ଣୁ ପାଳ, ରୁନୁ ସାମଲ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ।