ନାବାଳିକା ପ୍ରେମିକା କୁ ହତ୍ୟା କଲା ପ୍ରେମିକ

କଣ୍ଟାବାଞ୍ଜି- ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ହଲନଭଟା ପଞ୍ଚାୟତର ଖର୍ଲି ଗାଁର ଏକ ଅଭାବନୀୟ ଘଟଣା ଘଟି ଯାଇଛି, ଫଳରେ ଛାତି ଥରେଇ ଦେଇଛି ଅଞ୍ଚଳରେ, ସୂଚନା ଯୋଗ୍ୟ ଯେ ଗାଁର ପ୍ରଶ୍ନ ଭଇଁସାଲଙ୍କ ନାବାଳିକା ଝିଅ ଭୂମିସୂତା ଗତ ୨୫ ତାରିଖ ରାତିରୁ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ, ସେ ନେଇ ଝିଅର ମାଁ ହାରାବତୀ ତୁରେକେଲା ଥାନାରେ ନିଖୋଜ ମାମଲାର ଏତଲା ଦେଇଥିଲେ, ତୁରେକେଲା ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଲା ଯେ ନାବାଳିକା ଯୁବତୀଙ୍କୁ ଗ୍ରାମର ଦେବାନନ୍ଦ ଶବରଙ୍କ ପୁଅ ପ୍ରତାପ ଶବର ସହ ପ୍ରେମ ସମ୍ପର୍କ ରହିଥିବା ଜାଣିବାକୁ ପାଇଲେ, ଯୁବକ ଜଣକ ଜଣେ ଆଦିବାସୀ ଯୁବକ ହୋଇଥିବା ବେଳେ ନାବାଳିକା ପ୍ରେମିକା ସାଧାରଣ ବର୍ଗର ହୋଇଥିବା କାରଣରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି, ତେବେ ପ୍ରତାପ କୁ ତଦନ୍ତ ପରିସରରେ ଆଣିବା ପରେ ଜଣାପଡିଛି ଯେ ଭାଲୁକୁଣା ଗାଁର ପ୍ରଧାନ କଟାର ନିକଟରେ ହତ୍ୟା କରି ମାଟି ତଳେ ପୋତି ଦିଆଯାଇଛି ବୋଲି ହତ୍ୟାକାରୀ ପ୍ରେମିକ ପୁଲିସ ଆଗରେ ସ୍ୱୀକାର କରିଥିଲା, ଆଜି ବଲାଙ୍ଗିର ଏସ୍ପି ନୀତିନ କୁଶଳର ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ତତ୍ତ୍ବାବଧାନରେ କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ ଖାଣ୍ଡେଲକର, ତୁରେକେଲା ଥାନା ଅଧିକାରୀ ପ୍ରଣୟ ମୁର୍ମୁ ବାବୁ, ବଲାଙ୍ଗିର ସଦର ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ, କଣ୍ଟାବାଞ୍ଜି ଏଡ଼ିସିନାଲ ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ବେଳେ ସମ୍ପୂର୍ଣ୍ଣ ବଲାଙ୍ଗିର ବାଟାଲିୟନ ମୁତୟନ କରାଯାଇଥିଲା ତଥା ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ମାଟି ଖୋଲି ଅର୍ଦ୍ଧନଗ୍ନ ଶବ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି, ମାଓ ପ୍ରବଣ ଇଲାକା ହୋଇଥିବା ବେଳେ ବଲାଙ୍ଗିର ଏସ୍ପି ନିଜେ ଘଟଣା ସ୍ଥଳକୁ ଯାଇ ଦୀର୍ଘ ସମୟ ଧରି ଘଟଣାକୁ ଅନୁଧ୍ୟାନ କରି ଫେରିଛନ୍ତି, ତେଣୁକରି ଗ୍ରାମବାସୀଙ୍କ ଆଶା ରହିଛି ଯେ ସୁନିଶ୍ଚିତ ଭାବରେ ଯେ କେହି ବି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସମସ୍ତେ ଦଣ୍ଡ ଭୋଗିବେ ବୋଲି ଗ୍ରାମବାସୀ ବିଶ୍ବାସ କରିଛନ୍ତି, ଅନ୍ୟ ପକ୍ଷରେ ସମ୍ପୃକ୍ତ ହତ୍ୟାକାରୀ ପ୍ରେମିକ ଜଣକକୁ ତୁରେକେଲା ପୁଲିସ ଅଟକ ରଖିଥିବା ବେଳେ, ଘଟଣାରୁ ଯାହା ଜଣା ପଡିଛି ଯେ ଏହା କେହି ଏକୁଟିଆ ଲୋକଙ୍କ କେବେ ହୋଇ ପାରିବ ନାହିଁ ପାଞ୍ଚରୁ ଉର୍ଦ୍ଧ୍ବ ବ୍ୟକ୍ତି ହତ୍ୟା କଲା ପରେ ପୋତି ଦେଇ ଏକ ବିରାଟ କାଠ ଗଣ୍ଡି ଶବ ଉପରେ ରଖା ଯାଇଥିଲା, ତିନି ଚାରି ଜଣ ବି ସେହି କାଠ ଗଣ୍ଡିକୁ ଟେକିବାକୁ କଷ୍ଟକର ହେବ, ଯେତେବେଳେ କଣ୍ଟାବାଞ୍ଜି ଥାନା ଅଧିକାରୀ ଓ ଅନ୍ୟ ମାନେ ଶବ ଉଦ୍ଧାର ପରେ ଆଣୁଥିଲେ ତେବେ ଶବ କେତେ ଭାରି ଲାଗୁଥାଏ ତାହା ଥାନା ଅଧିକାରୀ ସତ୍ୟଜିତଙ୍କ ଠାରୁ ଜାଣିବା ଦରକାର, ଓ କେତେ ଜଣ ହୋଇ ଶବ ପୋତିବାକୁ ନେଇଥିଲେ ତାହା ଅନୁଧ୍ୟାନ କରିବା ବହୁ ଜରୁରୀ ବିଷୟ ହୋଇପଡିଛି

Leave A Reply

Your email address will not be published.