ପ୍ରବାସୀ ଭାରତୀୟ ଙ୍କ ଦ୍ବାରା ବିଶ୍ବଖବର ଅଗଷ୍ଟ ସଂଖ୍ୟା ଲୋକାର୍ପିତ

ବରଗଡ଼- ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବଦାନ୍ୟ ବନ୍ଧୁ ସେବା ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ହେଉଥିବା ମାସିକ ପତ୍ରିକା ବିଶ୍ବଖବର ର ଅଗଷ୍ଟ ସଂଖ୍ୟା ଆଜି ଲୋକାର୍ପଣ ହୋଇଯାଇଛି। ପ୍ରତ୍ୟେକ ସଂଖ୍ୟା ଲୋକାର୍ପଣ ନିଡାଡମ୍ବର ଭାବେ କରୁଥିଲେ ମଧ୍ୟ ଏହା ଚର୍ଚ୍ଚାର ପରିସରକୁ ଆସିଥାଏ। ଚଳିତ ଅଗଷ୍ଟ ସଂଖ୍ୟା ଲୋକାର୍ପଣ ମଧ୍ୟ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଅଞ୍ଚଳର କଳା, ସଂସ୍କୃତି, ସ୍ବାସ୍ଥ୍ୟ, ଲୁକାୟିତ ପ୍ରତିଭା ତଥା ବିଶେଷକରି ସମାଜସେବା କୁ ଗୁରୁତ୍ୱ ଦେଇ ପ୍ରକାଶ କରୁଥିବା ଉକ୍ତ ପତ୍ରିକା ର ଅଗଷ୍ଟ ମାସର ସଂଖ୍ୟାକୁ  ଜଣେ ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟ ଙ୍କ ହାତରେ ଲୋକାର୍ପଣ କରାଯାଇଛି। ପୂର୍ବରୁ ଓଡ଼ିଶାର ବରଗଡ଼ ସହରରେ ରହୁଥିବା ସ୍ବାତୀ ଦାଶ ନାମ୍ନୀ ମହିଳା ତାଙ୍କ ପରିବାର ସହିତ ବର୍ତ୍ତମାନ ଲଣ୍ଡନରେ ସ୍ଥାୟୀ ବାସିନ୍ଦା ଭାବେ ରହୁଛନ୍ତି। ବର୍ତ୍ତମାନ ସେ ବରଗଡ଼ ତାଙ୍କ ଆତ୍ମୀୟ ପ୍ରିୟଜନଙ୍କୁ ଭେଟିବା ପାଇଁ ଆସିଥିବା ବେଳେ ବଦାନ୍ୟ ବନ୍ଧୁ ପକ୍ଷରୁ ଉକ୍ତ ପତ୍ରିକା ଲୋକାର୍ପିତ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହି ଲୋକାର୍ପଣ ସମୟରେ ସ୍ବାତୀ ଦାଶଙ୍କ ସହିତ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ର ଜଣାଶୁଣା ଡାକ୍ତର ସୁସ୍ମିତା ଦାଶ ଏବଂ ବଦାନ୍ୟ ବନ୍ଧୁର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆ ଉପସ୍ଥିତ ଥିଲେ।

Leave A Reply

Your email address will not be published.