ଘଟଗାଁ -କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ତିନି ଦିନିଆ କେନ୍ଦୁଝର ଗ୍ରସ୍ତରେ ଆସିଥିବା ବେଳେ ଅନ୍ତିମ ଦିନରେ ଆଜି ଘଟଗାଁ ଗ୍ରସ୍ତ କରିଛନ୍ତି । ଏହି ଗ୍ରସ୍ତରେ ମନ୍ତ୍ରି ପ୍ରଥମେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିବା ସହ ଦେଶବାସୀଙ୍କ ବିକାଶ ପାଇଁ ପ୍ରାର୍ଥନା କରିଛନ୍ତି । ଏହା ପରେ ଘଟଗାଁ ପାଲା ମଣ୍ଡପକୁ ମନ୍ଦିର ପରିସରରୁ ପଦଯାତ୍ରାରେ ଆସି ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ମନ୍-କି-ବାତ୍ କାର୍ଯ୍ୟକ୍ରମକୁ ପରଦା ମାଧ୍ୟମରେରେ କର୍ମୀ ମାନ ଜନସାଧାରଣଙ୍କ ଗହଣରେ ଦେଖିଥିଲେ । ଏହା ପରେ ଜନ ସାଧାରଣଙ୍କୁ ଉଦବୋଧନ ଦେବା ସହ କେନ୍ଦ୍ର ସରକାର ଲୋକଙ୍କ ବିକାଶ ପାଇଁ ତତ୍ପର ରହିଥିବା ବାର୍ତା ଦେଇଥିଲେ । ତେବେ ଆଗାମୀ ଦିନରେ ପ୍ରଧାନ ମନ୍ତ୍ରୀ ହର ଘର ତ୍ରିିରଙ୍ଗା କାର୍ଯ୍ୟକ୍ରମକୁ କରାଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ । ଏଥି ସହ ଦଳିୟ ସଂଗଠନକୁ ତୃଣମୁଳ ସ୍ତରରେ ସୁଦୃଢ କରିବା ପାଇଁ ଦଳିୟ କର୍ମି ମାନଙ୍କ ସହ ଆଲୋଚନା କରିଥିଲେ ।