ଧାମନଗର ବ୍ଲକର ପ୍ରାକ୍ତନ ଉପାଧ୍ୟକ୍ଷ ସ୍ବର୍ଗତ ପିତାମ୍ବର ପାତ୍ରଙ୍କ ସ୍ମୃତି ଚାରଣ ସଭା ଓ ପୁସ୍ତକ ଉନ୍ମୋଚିତ

ଧାମନଗର- ଧାମନଗର ପଞ୍ଚାୟତ ସମିତିର ପ୍ରାକ୍ତନ ଉପାଧ୍ୟକ୍ଷ ସମାଜସେବୀ ସ୍ବର୍ଗତ ପିତାମ୍ବର ପାତ୍ରଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଧାମନଗର ଏନଏସି ଅନ୍ତର୍ଗତ କାଙ୍କରା ଶ୍ରୀଜଗନ୍ନାଥ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଧୁଷୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ହୋତାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ , ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ , ଭଦ୍ରକ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଟୁନିବାଳା ବିଶ୍ୱାଳ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା , ଉପାଧ୍ୟକ୍ଷ ଓସିମ ଏଜଦାନୀ କାଦରୀ (ନୁରାନୀ) ଶିକ୍ଷାବିତ ରବୀନ୍ଦ୍ର ବେହୁରିଆ , ରବୀନ୍ଦ୍ର କୁମାର ପଣ୍ଡା , ସୁରଜିତା ନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପାତ୍ର ଜଣେ ପରୋପକାରୀ , କର୍ମ ଯୋଗି ଥିଲେବୋଲି  ମତବ୍ୟକ୍ତ କରିଥିଲେ । ଅନ୍ୟମାନଂକ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ , ପ୍ରଦୀପ କୁମାର ମହାପାତ୍ର , ସେକ ଜାଫର ଅଲ୍ଲୀ,ସୁଧାକର ଦାଶ , ଗୌରାଙ୍ଗ ଦାସ,କଂଗ୍ରେସ ନେତା ହୃଦାନନ୍ଦ ସେଠୀ , ନରେନ୍ଦ୍ର କୁମାର ମଲ୍ଲିକ , ଵିଜେଡି ବ୍ଲକ ସଭାପତି ଉମେଶ ଚନ୍ଦ୍ର ମଲ୍ଲିକ , ଜିଲ୍ଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁ , ପ୍ରଦୀପ କୁମାର ମଲ୍ଲିକ , କାନ୍ତ ସାହିତ୍ୟ ପରିଷଦ ସଭାପତି ରସାନନ୍ଦ ମହାପାତ୍ର , ଶିକ୍ଷକ ହେମେନ୍ଦ୍ର ମହାନ୍ତି , ସମାଜସେବୀ ଶରତ ଚନ୍ଦ୍ର ମହାନ୍ତି , ହରେକୃଷ୍ଣ ପାଢ଼ୀ , ପ୍ରତାପ ସାମଲ , ବିଦ୍ୟାଧର ରାଉତ,ସୁଶାନ୍ତ ରାଉତ , କବି ଦୟାନିଧି ମିଶ୍ର , ସୁଧୀର ନାୟକ,ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସ୍ମରଣିକା ” ଅନନ୍ୟ ପିତାମ୍ବର ” ଉନ୍ମୋଚନ କରା ଯାଇଥିଲା । ସ୍ବର୍ଗତ ପାତ୍ରଙ୍କ ଭାଇ ଓ ପୁତ୍ର ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ଓ ଜନସାଧାରଣଙ୍କୁ କୃତଜ୍ଞତା  ଜଣାଇଥିଲେ ।

Leave A Reply

Your email address will not be published.