ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ୍ ପାଳନ

ବରଗଡ଼- ପଶ୍ଚିମ ଓଡ଼ିଶା ର ଜଣେ ସୁଯୋଗ୍ୟ ପୁତ୍ର ଗୁରୁ ସତ୍ୟନାରାୟଣ ବୋହିଦାର ଙ୍କ ଜୟନ୍ତୀ କୁ ପ୍ରତିବର୍ଷ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଏ । ଯେ କି ଏକାଧାରରେ ଜଣେ କବି, ସମାଜସେବୀ ଏବଂ ଶିକ୍ଷାବିତ୍ ଥିଲେ । ସମ୍ବଲପୁରୀ ଭାଷା ସଂସ୍କୃତିକୁ ତାଙ୍କ ଅବଦାନ ଅତୁଳନୀୟ ଅଟେ । ଆଜି ବରଗଡ଼ ଠାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ତାଙ୍କର ଜୟନ୍ତୀରେ ସମ୍ବଲପୁରୀ ଦିନ ପାଳନ କରିଛି । ସମ୍ବଲପୁରୀ ବାଦ୍ୟ ଢୋଲ ନିଶାନ ତାସା ବାଜି ବରଗଡ଼ ସହର ରେ ଏକ ଶୋଭାଯାତ୍ରା କରା ଯାଇଥିଲା । ଯେଉଁଥିରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ସାମିଲ ହୋଇଥିଲେ । ମାଁ ସମଲେଇ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଆମ ଭାଷା, ସଂସ୍କୃତି, ପରମ୍ପରା ସମ୍ବଲପୁରୀ ବୋଲି ନାରା ଦିଆ ଯାଇଥିଲା । ବାନ୍ଦୁଟିକ୍ରା ଛକ ଠାରେ ଶୋଭାଯାତ୍ରା ଶେଷ କରି ବୀର ସୁରେନ୍ଦ୍ର ସାଏଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରା ଯାଇଥିଲା ।

Leave A Reply

Your email address will not be published.