ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ବୈଠକ-ଛତ୍ରପୁର

ଛତ୍ରପୁର ସ୍ଥିତ ମାଁ ଉଜ୍ୱଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ଡିଭିଜନ ସମ୍ପାଦକ ଏବଂ ସମସ୍ତ ବିଦ୍ୟୁତ କର୍ମଚାରୀଙ୍କୁ ନେଇ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକକୁ ଦକ୍ଷିଣାଞ୍ଚଳ ଜୋନ୍ ସମ୍ପାଦକ ମନୋରଞ୍ଜନ ବିଶ୍ୱାଳ ଉଦଘାଟନ କରିଥିଲେ। ଉପସଭାପତି ଧନଞ୍ଜୟ ପରିଡା ସଭାପତିତ୍ବ କରିଥିବା ବେଳେ ଜୋନ୍ ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ଭୋଇ ସଭା ପରିଚାଳନା ସହ ରେଗୁଲାର, ଠିକା କର୍ମଚାରୀଙ୍କ ଅସୁବିଧା ଏବଂ ମଜୁରୀ ନିର୍ଦ୍ଧାରଣରେ ବିଳମ୍ବ ବିଷୟରେ ଆଲୋକପାତ କରିଥିଲେ। ଛତ୍ରପୁର ଡିଭିଜନ ସମ୍ପାଦକଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଡିଭିଜନର ପ୍ରାୟ ୧୦ ରୁ ୧୫ ଜଣ ସଦସ୍ୟ ଯୋଗଦେଇଥିଲେ। ଏହା ସହ ଡିଭିଜନରେ ଲାଗି ରହିଥିବା ସମସ୍ୟାକୁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି କିପରି କର୍ମଚାରୀଙ୍କ ଦାବି ହାସଲ ହେବ ସେ ବିଷୟରେ ସମ୍ପାଦକ ପ୍ରତାପ ମହାନ୍ତି କର୍ମଚାରୀମାନଙ୍କୁ କହିଥିଲେ।

Leave A Reply

Your email address will not be published.