ଭଞ୍ଜନଗର- ଭଞ୍ଜନଗର ଆମ ପୋଲିସ ସମିତି ବୈଠକ ଲାଲସିଙ୍ଗି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଇଯାଇଛି। ଥାନା ଅଧିକାରୀ ଧୀରେସ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଯ୍ୟକ୍ରମରେ ଅତିଥି ଭାବେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଶିକ୍ଷକ ନେତା ଜଗବନ୍ଧୁ ଜେନା,ପୂର୍ବତନ ଅଧ୍ୟାପକ ଡ଼. ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଧ୍ରୁବ ମହାରଣା ଯୋଗ ଦେଇଥିଲେ। ଅବସର ପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଏହି ବୈଠକରେ ବହୁ ସଂଖ୍ୟକ ମହିଳା ଉପସ୍ଥିତ ଥିବାରୁ ଆଜିର କାର୍ଯ୍ୟକ୍ରମ କୁ ଭାରତର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଥିଲା। ବୈଠକରେ ବିଶେଷ କରି ହେଲମେଣ୍ଟ ପିନ୍ଧିବା, ନୂତନ ମୋଟରଯାନ ଆଇନ ନିୟମ ମାନିବା ଓ ସାଇବର ଠକେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ଗୁଣି ଗାରେଡି,ଅନ୍ଧ ବିଶ୍ୱାସ ଠାରୁ ଦୂରେଇ ରହିବା ସହ ପୋଲିସକୁ ଭୟ ନକରି ଯେକୌଣସି ପରିସ୍ଥିତିରେ ସହଯୋଗ କରିବା ବିଷୟରେ ପରାମର୍ଶ ଦିଆଯାଇଥିଲା। ଅତିଥିମାନଙ୍କ ସମେତ ଜଗଦୀଶ ପାଣିଗ୍ରାହୀ, ସାମ୍ବାଦିକ ଲୋକନାଥ କର, ବିଶ୍ବମ୍ବର ଜେନା, ଅମରେନ୍ଦ୍ର ପଟ୍ଟନାୟକ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଲାଲସିଙ୍ଗି ସରପଞ୍ଚ ଶିବରାମ ସାହୁ, ବ୍ଲକ ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ, ବିଷ୍ଣୁ ପ୍ରସାଦ ପ୍ରଧାନ, ମନୋଜ ପ୍ରଧାନ ଓ ଅନ୍ୟମାନେ ସହଯୋଗ କରିଥିଲେ।