ଦଲାଲ ମାନଙ୍କ ଦଲାଲି କରୁଛନ୍ତି ଡବଳ ଇ.ଓ. ଚାଷୀର ମେରୁଦଣ୍ଡ ଭାଙ୍ଗିବାର ମୁଖ୍ୟ କାରଣ କୃଷି ବିଭାଗ

କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ପ୍ରତିବର୍ଷ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି ହେଲେ ବିଭାଗୀୟ ଅଧିକାରୀମାନେ କେବେ ବି ଚାଷିଙ୍କୁ ସୁବିଧା ପାଇଁ କୌଣସି ବ୍ୟବସ୍ଥା କରୁନାହାନ୍ତି, ତୁରେକେଲା ବ୍ଲକର  କଥା କହିବାକୁ ଲାଇସେନ୍ସ ଧାରୀ ସାର ବିକ୍ରେତାମାନେ ଚାଷିଙ୍କୁ ସାର ବିହନ ଉଧାରି ଦେଇ ଦେଇ ଅମଳ ହେଲେ ଅମଳ ନେଇ ଯାନ୍ତି, ଓ ତାଙ୍କୁ ଯାହା ଇଚ୍ଛା ତାହା ଅମଳର ଅର୍ଥ ଦିଅନ୍ତି ଫଳରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଦାଦନ ଖଟିବାକୁ ବାଧ୍ଯ ହେଉଛନ୍ତି, ଚାଷୀ ମାନଙ୍କ ସହ ଆମେ ଆଲୋଚନା କରିବାରୁ ସେମାନେ ପ୍ରକାଶ କରିଛନ୍ତି ଯେ ଲର୍କି ଗାଁର ନାରାୟଣ ମେହେର ବୋଲି ଜଣେ ଲାଇସେନ୍ସ ଧାରୀ ବ୍ଯକ୍ତିଙ୍କ ଠାରୁ ଆମେ ସାର ଓ ବିହନ ଆଣି ଚାଷ କରୁଁ ଓ ଅମଳ ହେଲାପରେ ସେ ନେଇ ଯାନ୍ତି ଓ ସାର ଓ ବିହନର ସୁଧ ସହ କାଟି ତାଙ୍କୁ ଯାହା ଇଚ୍ଛା କରନ୍ତି ତାହା ଆମକୁ ଦିଅନ୍ତି ବୋଲି ପ୍ରକାଶ କରିଛନ୍ତି, ଏନେଇ ଶ୍ରୀ ମେହେରଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହା ମୁଁ ଏକୁଟିଆ କରୁ ନାହିଁ ସାରା ଜିଲ୍ଲାରେ ଏଭଳି କାର୍ଯ୍ୟ ଚାଲିଛି ବୋଲି କହିଥିଲେ, ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରିଥିଲେ ଶ୍ରୀ ମେହେର,  ହେଲେ ନନ୍ଦିନୀ ଚାଷୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଥିବା କହିଥିଲେ ଆମ ପ୍ରତିନିଧି ତେଣୁକରି ସେ ସ୍ଥାନୀୟ ଜଣେ ନେତାଙ୍କୁ ଫୋନ କରି ଅଭିଯୋଗ କରିଥିଲେ କିନ୍ତୁ ନନ୍ଦିନୀ ନାଁ ଶୁଣିବା ମାତ୍ରେ ନେତା ଜଣକ ତାଙ୍କ ନାଁ କାଳେ ପ୍ରକାଶ ପାଇଯିବ ଭାବି ଫୋନ କାଟି ଦେଇଥିଲେ, ତେବେ ତୁରେକେଲା କୃଷି ଅଧିକାରୀ ଶ୍ରୀ ମଲ୍ଲିକଙ୍କୁ ପଚାରିବାରୁ ସେ ମଧ୍ଯ ଲାଇସେନ୍ସ ଧାରୀ ସାର ବିକ୍ରେତାଙ୍କ ସପକ୍ଷରେ କହୁଥିଲେ, ହେଲେ ଚାଷୀ କିଭଳି ଉନ୍ନତି କରିବେ ସରକାରଙ୍କ ଯୋଗାଉ ଥିବା ସୁବିଧା ସୁଯୋଗର ଲାଭ କେମିତି ପାଇପାରିବେ ସେ ସମ୍ପର୍କରେ କୌଣସି ତଥ୍ୟ ଦେଲେ ନାହିଁ, ୟୁରିଆ ସାର କୁ ଚାଷୀ ୭୫୦ ଟଙ୍କା ଦେବାକୁ ପଡୁଛି ଯାହାର ସରକାରୀ ଦର ହେଉଛି ୨୬୬ ଟଙ୍କା ୫୦ ପଇସା, ତେବେ ଡିଏପି ଓ ପଟାସ ଅନ୍ୟନ ସାରର ଦର କଣ ତାହା ଅନୁଧ୍ୟାନ କରିପାରିବେ ଆପଣ ମାନେ

Leave A Reply

Your email address will not be published.