ଯେକୌଣସି ସରକାରୀ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲାଗିବା ବିଧେୟ ଅଟେ ।କିନ୍ତୁ କାର୍ଯ୍ୟ ଆରମ୍ବ ହୋଇ କାର୍ଯ୍ୟ ଶେଷ ହୋଇ ରଙ୍ଗ ଲଗାଇବା କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ଫଳକ ଲଗାଯାଇନଥିବାର ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ଅନ୍ତର୍ଗତ କଅଁସ ଗ୍ରାମପଞ୍ଚାୟତର କଅଁସ ଅଙ୍ଗନୱାଡି କେନ୍ଦ୍ରର ପ୍ରାଚେରୀ ନିର୍ମାଣ ପ୍ରକଳ୍ପ।ପ୍ରକଳ୍ପ ଆରମ୍ବ ହେବା ପୂର୍ବରୁ କେତେ ଟଙ୍କାର ପ୍ରକଳ୍ପ,କାର୍ଯ୍ୟ ଆରମ୍ଭ କେବେ ହେବ କାର୍ଯ୍ୟ ଶେଷ କେବେ ହେବ,କେଉଁ ବିଭାଗରେ କାର୍ଯ୍ୟ, ଠିକାଦାର କିଏ ଏହିସବୁ ସୂଚନା ଫଳକରେ ଲଗାଯିବା କଥା କିନ୍ତୁ ଏହି ନିୟମର ଖୋଲମଖୋଲା ଉଲଂଘନ କରୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେଵାର ନା ଧରୁନାହାଁନ୍ତି ।ବ୍ଲକ ପ୍ରଶାସନ ଘୋର ନିଦ୍ରାରେ ସୋଇଥିବାର କହିବାକୁ ଏଡାଇ ଦିଆଯାଇପାରିବ ନାହିଁ ।ଏନେଇ ସ୍ଥାନୀୟ କଅଁସ ସରପଞ୍ଚଙ୍କୁ ମତାମତ ପାଇଁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ନେଟୱାର୍କ ବାହାରେ ଥିବାରୁ ମତାମତ ସ୍ଥାନ ପାଇପାରୁ ନାହିଁ ।