କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ବେଧଡ଼କ ଗାଁ ଗାଁରେ ମଦ ବ୍ୟାପାର ବ୍ୟାପକ ରୂପେ ଚାଲିଥିବା ବେଳେ, ମଦ ବ୍ୟବସାୟୀଙ୍କ କୌଣସି ଭୟ ଦେଖାଯାଉ ନାହିଁ ପୁଲିସ ପ୍ରତି, ସୂଚନା ଯୋଗ୍ୟ ଯେ କଣ୍ଟାବାଞ୍ଜି ଅବକାରୀ ଥାନାରେ ଚାରି ଜଣ ଷ୍ଟପ ରହିଥିବା ବେଳେ ଏସ.ଆଇ. ଚଳାଉଛନ୍ତି ଥାନା, ପାଟଣାଗଡ଼ ଅବକାରୀ ଥାନା ଅଧିକାରୀ ଶ୍ରୀ ଦାସ କଣ୍ଟାବାଞ୍ଜି ଚାର୍ଚ୍ଚରେଥିବା ବେଳେ ତାଙ୍କର କୌଣସି ପ୍ରକାର ଦର୍ଶନ ନାହିଁ, ଯାହା ଜାଣିବାକୁ ମିଳିଛି ଯେ ଜଣେ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟରକୁ କଣ୍ଟାବାଞ୍ଜି ପାଖରେ ଥିବା ମାଇକେଲ ବିଅର ବାରରେ ନିୟୋଜିତ କରାଯାଇଛି, ସେଠାରେ ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟରକୁ ବସେଇ କି ସେଠାରେ ତାଙ୍କୁ ଦରମା ଦିଆଯାଉଛି, ଅନ୍ୟ ପକ୍ଷରେ କଣ୍ଟାବାଞ୍ଜିରେ ଷ୍ଟପ ନାହିଁ ବୋଲି ବାଧ୍ୟ ହୋଇ ହାତ ବାନ୍ଧି ବସିବାକୁ ପଡୁଛି କର୍ମଚାରୀଙ୍କୁ, ତେଣୁକରି ଏଦିଗରେ ଅବକାରୀ ମନ୍ତ୍ରୀ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳରେ ଦାବି କରିଛନ୍ତି, ଥାନା ସମ୍ମୁଖରେ ନିଶା ମୁକ୍ତ ବେନର ଲଗେଇ କି ନିଶା ମୁକ୍ତ କରିବେ ନା ପ୍ରକୃତରେ ସଚେତନତା କାର୍ଯ୍ୟକ୍ରମ କରି ନିଶା ମୁକ୍ତ ଓଡିଶା ଗଠନ କରିବେ ରାଜ୍ୟ ସରକାର ବୋଲି ସ୍ଥାନୀୟ ମହିଳା ମାନେ ଗଣମାଧ୍ୟମ ଜରିଆରେ ପ୍ରଶ୍ନ କରିଛନ୍ତି, କଣ ନାରୀକୁ ସମ୍ମାନ ଦେବାର ବ୍ୟବସ୍ଥା ଏପରି କରାଯାଇଛି କି ମଦ ପିଇ ମାତାଲ ହୁଅ ଆଉ ନିଜ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦିଅ ବାଡ଼େଇ ବାଡ଼େଇ ରାସ୍ତାରେ ଇଜ୍ଜତ ଉଡେଇ ଦିଅନ୍ତୁ ବୋଲି ଉଦ୍ଦେଶ୍ଯରେ ଗାଁ ଗାଁରେ ମଦ ଦୋକାନ ଗୁଡିକ ଖୋଲା ତ ଯାଇ ନି…? କଣ୍ଟାବାଞ୍ଜି ଅବକାରୀ ବିଭାଗର କର୍ମଚାରୀମାନେ କଣ୍ଟାବାଞ୍ଜି ଦେଶୀ ମଦ ଭାଟିର ଜିପରେ କାହିଁକି ବୁଲନ୍ତି..? କାହିଁକି କଣ୍ଟାବାଞ୍ଜି ଅବକାରୀ ଥାନାକୁ ଜିପ ଟିଏ ଯୋଗାଇ ଦିଆଯାଇ ନାହିଁ..? ଏହି ମଦ ପିଇ ମାତାଲ ହେଇ ଅନେକ ଦୁର୍ଘଟଣା ଘଟୁଛି ଆଜି ଜଣେ ମାତାଲ ବାଇକ ଆରୋହୀଙ୍କୁ ସ୍ଥାନୀୟ ଯୁବକ ମାନେ ନିର୍ଦ୍ଧୁମ ମାଡ ମାରିଛନ୍ତି,