ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ବାଲିଆପାଳ –  ଦକ୍ଷିଣ ବାଲିଆପାଳ ରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ କାର୍ଯ୍ୟ କୁ ତ୍ଵରାନିତ କରିବା ପାଇଁ ବିଭିନ୍ନ ସଙ୍ଗଠନ ଦାବିପତ୍ର ଓ ଖବର ଦାତା ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଚାପ ପକାଇବାର ପ୍ରୟାସ ଜାରି ଖିଛନ୍ତି। ସେହିପରି ସୋମବାର ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟିର ପକ୍ଷରୁ  ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ  ବାଲିଆପାଳ ତହସିଲଦାର ଙ୍କ ଜରିଆରେ  ମୁଖ୍ୟ ମନ୍ତ୍ରୀଙ୍କୁ ଏକ  ଦାବିପତ୍ର ପ୍ରଦାନ କରାଯାଇଛି।ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟିର ସଭାପତି ବିଧାନ ଜେନାଙ୍କ ନେତୃତ୍ବରେ ବାଲିଆପାଳ ବ୍ଲକ ର ବିଭିନ୍ନ ଅଂଚଳରୁ ଚାଳିଶ ପଚାଶ ଜଣ ଯୁବକ ବାଲିଆପାଳ ବ୍ଲକ ସମ୍ମୁଖରୁ  ଦିନ ଏଗାରଟା ସମୟରେ ଏକ ଶୋଭା ଯାତ୍ରା ରେ ବାହାରି ଥିଲେ। ବନ୍ଦର ବିରୋଧୀ ଙ୍କୁ ହାଇ ହାଇ ସହିତ ବାଲିଆପାଳ ର ବିକାଶ ଓ ବନ୍ଦର ରେ ନିଯୁକ୍ତି ଆମର ଦାବି ସହିତ ବିଭିନ୍ନ ନାରାବାଜି ଦେଇ ବାଲିଆପାଳ ତହସିଲ ସମ୍ମୁଖ ରେ ପହଞ୍ଚି ଥିଲେ। ସେ ଠାରେ ରେ କିଛି ସମୟ ପଥ ପ୍ରାନ୍ତ ସଭା କରଯାଇଥିଲା। ସଭା ଶେଷରେ ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି ର ସଭା ପତି ବିଧାନ ଜେନା ଙ୍କ ସହିତ କମିଟିର ଅନ୍ୟ ସଦସ୍ୟ ମନେ ତହସିଲ ପରିସରରେ ଥିବା ତହସିଲଦାରଙ୍କ ଦପ୍ତର ରେ  ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାସ ଙ୍କୁ ଏକ ଦାବି ପତ୍ର ପ୍ରଦନ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ବାଲିଆପାଳ ଥାନା ଭରପ୍ରାପ୍ତ ଅଧିକାରୀ ସୁବ୍ରତ ବେହେରା ଏକ ପ୍ଲାଟୁନ ଫୋର୍ସ ସହିତ ସୁବର୍ଣ୍ଣରେଖା ବନ୍ଦର ସପକ୍ଷ ବାଦୀ ଆନ୍ଦୋଳନ କାରୀ ଙ୍କ ସହିତ ବ୍ଲକ ଛକରୁ ତହସିଲ ଅଫିସ ପର୍ଯ୍ୟନ୍ତ ରହି ଆଇନ ଶୃଙ୍ଖଳା ପ୍ରତି ନଜର ରଖିବା ସହିତ ଦାବିପତ୍ର ପ୍ରଦାନ ସମୟର ଦପ୍ତର ରେ ଉପସ୍ଥିତ ଥିଲେ। ବନ୍ଦର କାର୍ଯ୍ୟ ଶୀଘ୍ର  ସମାପନ କରିବା ପାଇଁ ସରକାରଙ୍କୁ ଚାପ ପକାଇବା ପାଇଁ  ଦୀର୍ଘ ଦିନରୁ ଦିଆଯାଇଥିବା ଡାକରାରେ ସ୍ୱଳ୍ପ ସଂଖ୍ୟକ ଯୁବକ ଯୋଗ ଦେଇଥିବାରୁ ବାଲିଆପାଳ ଅଞ୍ଚଳରେ ବନ୍ଦର ହେଉ ବୋଲି ଲୋକେ ଚାହୁଁନଥିବା ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.