ସମ୍ମାନିତ ହେଲେ ଦକ୍ଷ ସାମ୍ବାଦିକ ଶରତ ପରିଡ଼ା

ଅସ୍ତରଙ୍ଗ- ବାଲେଶ୍ବର ସିଦ୍ଧି ମଣ୍ତପ ଠାରେ ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ପକ୍ଷରୁ ସପ୍ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ସମ୍ମିଳନୀରେ ବିଭିନ୍ନ ଜିଲ୍ଲାର ବରିଷ୍ଠ ଯୁବ ସାମ୍ବାଦିକ ମାନେ ଯୋଗଦେଇଥିଲେ।ସାମ୍ବାଦିକ ମାନଙ୍କ ସୁରକ୍ଷା ସମ୍ମାନ ପ୍ରସଙ୍ଗ ଆଲୋଚନା କରାଯାଇଥିବା ବେଳେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଣଦେଖା କରୁଥିବା ବେଳେ ଆଗାମୀ ଦିନରେ ଏହି ପ୍ରସଙ୍ଗ କୁ ଗୁରୁତ୍ୱ ଦେଇ ଆନ୍ଦୋଳନ ମୂଳକ ପ୍ରଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି।କାକଟପୁର ଅସ୍ତରଙ୍ଗର ଯୁବ ଦକ୍ଷ ସାମ୍ବାଦିକ ଶ୍ରୀଯୁକ୍ତ ଶରତ ପରିଡ଼ା, ରାଜ୍ୟ କୋଷାଧ୍ୟକ୍ଷ ପ୍ରମୋଦ କିଶୋର ପରିଡ଼ାଙ୍କୁ ପୂର୍ବତନ ସାସଂଦ ଡାକ୍ତର ପ୍ରସନ୍ନ ପାଟ୍ଟଶାଣୀ ମାନପତ୍ର, ଉପଢୌକନ ଦେଇ ସମ୍ମାନୀତ କରିଥିଲେ।ଏହି ସମ୍ମିଳନୀରେ ବାଲେଶ୍ବର ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା,ସଦର ବିଧାୟକ ସ୍ବରୁପ କୁମାର ଦାସ,ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ,ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର,ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘର ରାଜ୍ୟ ସଭାପତି ସୁଜ୍ଞାନ ଚୌଧୁରୀ,ବାଲେଶ୍ବର ଜିଲ୍ଲା ସଭାପତି ଉଜ୍ଜ୍ୱଳ ଚନ୍ଦ୍ର କର ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.