ଧାମନଗର-ଧାମନଗର ବ୍ଲକ ଓ ଏନ ଏ ସି ଅଞ୍ଚଳରେ ପବିତ୍ର ମହରମ ପର୍ବ ପାଳନ ଓ ଆଇନ ଶୃଙ୍ଖଳା ସମ୍ବନ୍ଧରେ ଏକ ଶାନ୍ତି କମିଟି ପଞ୍ଚାୟତ ସମିତି ସଭାଗୃହରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି କମିଟିର ଆବାହକ ତଥା ଧାମନଗର ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା,ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବଳା ବିଶ୍ୱାଳ, ଭଦ୍ରକ ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର,ଧାମନଗର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ବିଧାୟକଙ୍କ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ,ଅତିରିକ୍ତ ତହସିଲଦାର ସାଇ ସିଲୋନା,ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ଆଇଆଇସି ବନମାଳୀ ବାରିକ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶର୍ମିଷ୍ଠା ମଲ୍ଲିକ,ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅମ୍ବିକାବଲ୍ଲଭ ସ୍ୱାଇଁ,ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଶାସ୍ୱତ ନନ୍ଦୀ,ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ମହରମ ପର୍ବ ଉପଲକ୍ଷେ ଚାଦର ଶୋଭାଯାତ୍ରା ଓ ବାଡ଼ିଖେଳ,ଦୁଇ ପାର୍ଶ୍ୱରେ ଟ୍ରାଫିକ ସମସ୍ୟା ଉପରେ ଆଲୋଚନା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପର୍ବ ପାଳନ କରାଯିବ ମଦ୍ୟପାନ ନକରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତାଗିଦ କରାଯାଇଛି।ମହାମାରୀ କରୋନା ପାଇଁ ଦୁଇ ବର୍ଷ ଧରି ଆଖାଡା ଖେଳ ବନ୍ଦ ଥିବା ବେଳେ କୋଭିଡ଼ କଟକଣା ମଧ୍ୟରେ ପର୍ବ ପାଳନ ହେଉଥିଲା। ପରମ୍ପରା ଅନୁଯାୟୀ ଚଳିତ ବର୍ଷ ଧାମନଗର ସ୍ଥିତ କରବଲା ମଇଦାନ ଠାରେ ବିଭିନ୍ନ ସାହିବସ୍ତିରୁ ୧୪ଟି ଆଖାଡା ଦଳ ମଧ୍ୟରେ ବାଡ଼ିଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେବା ପାଇଁ ମଧ୍ୟ ଆଲୋଚନା କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଶାନ୍ତି କମିଟିର ବରିଷ୍ଠ ସଦସ୍ୟ ବାସୁଦେବ ତ୍ରିପାଠୀ,ଅନିଲ କୁମାର ବାରିକ,ଏମଡି ଇସ୍ରାଇଲ ହବିବ,ରାମଚନ୍ଦ୍ର ସାହୁ,ସେକ ଅବଦୂର ରହେମାନ,ଏମଡି ଫଜଲେ ବାରି,ଗୋଲାମ ଜିଲାନି ହବିବ,କୃଷ୍ଣ ଚନ୍ଦ୍ର ଜେନା,ସେକ ଜାଫର ଅଲ୍ଲୀ,ପ୍ରତାପ ସାମଲ,ଚୁଡାକୁଟି ସମିତି ସଭ୍ୟ ଜ୍ଞାନରଂଜ ମହାକୁଳ,ସୁଶାନ୍ତ କୁମାର ରାଉତ,ମହମ୍ମଦ ମଞ୍ଜୁର,ପ୍ରମୁଖ ଯୋଗଦେଇ ଭାଇଚାରା ମାଟିରେ ପରସ୍ପରକୁ ସହଯୋଗ କରି ଏହି ପର୍ବ ପାଳନ କରିବାକୁ ନିଜ ନିଜର ବକ୍ତବ୍ୟରେ ପରାମର୍ଶ ଦେଇଥିଲେ। ପ୍ରକାଶ ଥାଉକି ଶାନ୍ତି କମିଟିରେ ଅଧିକାରୀ ଏବଂ ଉଭୟ ସମ୍ପ୍ରଦାୟରୁ ମିସି ୬୨ଜଣ ସଦସ୍ୟ ସଦସ୍ୟା ଥିବା ବେଳେ ବୈଠକରେ ମାତ୍ର ୧୦ରୁ ୧୫ଜଣ ଉପସ୍ଥିତ ହେଉଛନ୍ତି। କେତେକ ମୃତ୍ୟୁବରଣ କରିଥିବା ବେଳେ ଆଉ କେତେ ଆସୁନାହାନ୍ତି ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମଧ୍ୟ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ବରିଷ୍ଠ ସଦସ୍ୟ ସ୍ୱର୍ଗତ ପିତାମ୍ବର ପାତଙ୍କ ବିୟୋଗରେ ୨ମିନିଟ ନିରବ ପାର୍ଥନା କରାଯାଇଥିଲା।