ଧାମନଗର – ଧାମନଗର ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନାଙ୍କ କରକମଳରେ ଦୁଇ ରାସ୍ତା ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ସୋମବାର ପୂର୍ବାହ୍ନରେ କରାଯାଇଛି। ଧାମନଗର ଏନ ଏ ସି ଅନ୍ତର୍ଗତ ୱାର୍ଡ ନମ୍ବର ୫ ଅଧିନସ୍ଥ ଚିଲପଦି ଗ୍ରାମଠାରୁ ଚିଲପଦି ସ୍କୁଲ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ୯ଲକ୍ଷ ୨୮ହଜାର ୩ଶହ ୯ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ୱାର୍ଡ ନମ୍ବର ୭ ଅନ୍ତର୍ଗତ ଆରଡି ରାସ୍ତା ଠାରୁ ଏମ୍ ସିସି ଓ ଏମ୍ ଆର ଏଫ୍ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ୮ଲକ୍ଷ ୯ହଜାର ୫ଶହ ୩ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ସୂଚନା ମିଳିଛି। ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଜେନା ଉଭୟ ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଓସିମ ଏଜଦାନୀ କାଦରୀ (ନୁରାନୀ), କନିଷ୍ଠ ଯନ୍ତ୍ରୀ ପଞ୍ଚାନନ୍ ସେଠୀ, ୱାର୍ଡ କାଉନସିଲର ଅନୁମୁଣ୍ଡା,ସ୍ୱାଧୀନ ଦାସ, ଜୟନୁଲ ହକ୍ , ବିଜେଡି ନଗର ସଭାପତି ସୁଶାନ୍ତ କୁମାର ରାଉତ,ଛାତ୍ର ସଭାପତି ତୁଷାର କାନ୍ତ ମହାପାତ୍ର, ଯୁବ ସଭାପତି ସେକ ସୈଫୁଦ୍ଦିନ,ବିଜେଡି ନେତା ଲମ୍ବୋଦର ଜେନା, ସେକ ଜାଫର ଅଲ୍ଲୀ, ବିଜୟ କୁମାର ବେହେରା,ବିଜୟକେତନ ସାହୁ, ମୀର ମୁରତୁଜା,ଯୁବ ନେତା ଦୀପକ କୁମାର ରାମ, ବିଶ୍ୱଜିତ ବାରିକ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ଉଭୟ ରାସ୍ତା ନିର୍ମାଣ ଦ୍ୱାରା ଗମନାଗମନ କ୍ଷେତ୍ରରେ ସୁବିଧା ହେବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଜେନା ସୂଚନା ଦେଇଛନ୍ତି।