ପାଟକୁରା- 5T ସଚିବ ଭି.କେ. ପାଣ୍ଡିଆନ ଙ୍କ ଜାଲ ଦସ୍ତଖତ କରି ବିଶ୍ୱାସ ଜନ୍ମେଇଲା ଠକ. ଚାକିରୀ ଦେବ କହିଲା. ପରିବାର ସହ ସମ୍ପର୍କ ବି ଯୋଡ଼ିଲା. ପରିବର ର ଦୁଇ ବେରୋଜଗାରିଆ ପୁଅ ଓ ଏକ ଝିଅ ଙ୍କ ଚାକିରୀ ପାଇଂ ବିବ୍ରତ ଥିବା ମା କୁ ପିଲା ମାନଙ୍କ ଚାକିରୀ କରାଇ ଦେବ ବୋଲି ପ୍ରଲୋଭନ ଦେଖାଇ ଠକିନେଲା ଏକ ଲକ୍ଷ ଟଙ୍କା. ଜାଲି ଦସ୍ତଖତ ରେ ନିଯୁକ୍ତି ପତ୍ର ମଧ୍ୟ୍ୟ ମିଳିଛି.ଏଭଳି ଆଶ୍ଚର୍ଯ୍ୟ କର ଅଭିଯୋଗ ଆସିଛି ଓ ଭି କେ ପାଣ୍ଡିଆନ ଙ୍କ ଜାଲ ଦସ୍ତଖତ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି.
ପାଟକୁରା ଥାନା ଅନ୍ତର୍ଗତ ତଳକୁସୁମା ଗ୍ରାମ ରେ ଦେଖିବାକୁ ମିଳିଛି ଏଭଳି ଘଟଣା.ତଳକୁସୁମା ର ପାର୍ବତୀ ବେହେରା ଙ୍କ ଝିଅ ସ୍ମୁତି ମୟୀ ବେହେରା, ଓ ଦୁଇ ପୁଅ ରଶ୍ମି ରଞ୍ଜନ ବେହେରା ଓ ସତ୍ୟ ରଞ୍ଜନ ବେହେରା ଙ୍କ ଚାକିରୀ ଦେବା ପାଇଁ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ମହେଶ୍ୱର ପ୍ରଧାନ ନାମକ ଯୁବକ ପ୍ରତିଶୃତି ଦେଇଥିଲl… ପ୍ରତିଶୃତି ପରେ ଚାକିରୀ ଦେବା ପାଇଁ ଗତ ଫେବ୍ରୁୟାରୀ ମାସ ରେ ତିନି ଲକ୍ଷ୍ୟ ଟଙ୍କା ମାଗିଥିଲl.. ତିନି ଲକ୍ଷ୍ୟ ଟଙ୍କା ଦେବାପାଇଁ ସକ୍ଷ ନଥିବାରୁ ଏକ ଲକ୍ଷ୍ୟ ଟଙ୍କା ଦେଇଥିଲେ ପାର୍ବତୀ. କିନ୍ତୁ ଟଙ୍କା ନେବା ପରେ ବିଭିନ ବାହାନା କରି ଚାକିରୀ ଦେବା ପାଇଁ ସମୟ ଗଡ଼ାଇଥିଲା ଠକ ମହେଶ୍ୱର ପ୍ରଧାନ. ରଶ୍ମି ରଞ୍ଜନ ଓ ସ୍ମୁତି ମୟୀ ଙ୍କୁ ନିଜୁକ୍ତି ପତ୍ର ମଧ୍ୟ ଡାକ ଯୋଗେ ପଠା ଯାଇଥିଲା. ଯେଉଥିରେ 5T ସଚିବ ଙ୍କ ର ମଧ୍ୟ ଦସ୍ତକତ ଥିଲା.ପୁରୀ ଓ ଭଦ୍ରକ ରେ ପିଲା ଙ୍କ ପୋଷ୍ଟିଙ୍ଗ ହେବ ବୋଲି କହିଥିଲା ମହେଶ୍ୱର.ତେବେ ବିଗତ ମାସେ ହେବ ମହେଶ୍ୱର ଫୋନ ଅଫ କରି ସିମ ବଦଳାଇ ଦେଇଥିଲା.ପରିବାର ଲୋକେ ଭଦ୍ରକ ବାଶୁଦେବପୁର ପୁରୀ ରୁ ଚିଠି ଆସିଥିବା ସରକାରୀ କାର୍ଯ୍ୟାଳୟ ରେ ଯାଇ ଏ ବିଷୟ ରେ ବୁଝିଥିଲେ, କିନ୍ତୁ ନିଯୁକ୍ତି ପତ୍ର ଦେଖି କାର୍ଯ୍ୟlଳୟ ରେ ସମସ୍ତେ ହଡବଡାଈ ଯlଇଥିଲେ.
ତେବେ ଘର ଲୋକ ମହେଶ୍ୱର ର ଠକାମୀ ର ଶିକାର ହୋଇଛନ୍ତି ବୋଲି ଜାଣି ପାରିଲେ ଓ ଏନେଇ ଦୁଇ ଦିନ ତଳେ ପାଟକୁରା ଥାନା ରେ ଅଭିଯୋଗ ପାର୍ବତୀ, ଅଭିଯୋଗ କୁ ଗୁରୁତ୍ୱ ଭାବେ ନେଇ ପାଟକୁରା ଥାନା ଅଧିକାରୀ ଏକ ମାମଲା ରୁଜ୍ଜୁ କରିଛନ୍ତି.
ଠକ ମହେଶ୍ୱର ପ୍ରଧାନ ନିଜକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ଭଣଜା ବୋଲି ମଧ୍ୟ୍ୟ ପରିଚୟ ଦେଇଥିବା ଘରଲୋକ ଅଭିଯୋଗ କରିଛନ୍ତି.