ବରୀ- ବରୀ ଅଞ୍ଚଳର ଏକମାତ୍ର ମହିଳା ମହାବିଦ୍ୟାଳୟର ବରିଷ୍ଠ କିରାଣୀ ଚନ୍ଦ୍ରଭାନୁ ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରକାଶଥାଉକି ଉକ୍ତ ମହାବିଦ୍ୟାଳୟର ସ୍ଥାପନ ହେବା ଦିନଠାରୁ ଶ୍ରୀ ନାୟକ କିରାଣୀ ଭାବେ କାର୍ଯ୍ୟରତ ରହି ଅଧ୍ୟାପକ ଅଧ୍ୟାପିକା, ଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ନିଜର ସରଳତା ଓ ନିଷ୍ଠାପର କାର୍ଯ୍ୟ ଯୋଗୁ ତାଙ୍କର ଏକ ସନ୍ଦନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଉକ୍ତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ +୨ ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା,ସର୍ଣ୍ଣପ୍ରଭା ସାମଲ, ଜୟନ୍ତୀ ଦାଶ, ବିବେକାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ କିରାଣୀ ଶ୍ରୀ ନାୟକଙ୍କ ଚାକିରୀ ଜୀବନର କାର୍ଯ୍ୟକଳାପ ଉପରେ ଟିପ୍ପଣୀ ଦେବା ସହ ତାଙ୍କର ଆଗାମୀ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି ଉପସ୍ଥିତ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ।