ଜଟଣୀ- ବରିଷ୍ଠ କଂଗ୍ରେସ ରାଜନେତା ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ତାଙ୍କ ଧର୍ମପତ୍ନୀ ଙ୍କ ବିରୋଧରେ ଫୋକୋସ ପ୍ଲସ ୱେବ୍ ଚାନେକ୍ ମାଧ୍ୟମରେ କେନ୍ଦ୍ରାପଡ଼ା ଅଞ୍ଚଳର ବିଜେପି କାର୍ଯ୍ୟକର୍ତ୍ତା ଦୁର୍ଯୋଧନ ସାହୁ,ପିତା -ଶତ୍ରୁଘନ ସାହୁ ନାମକ ବେକ୍ତି ଅଶାଳୀନ ବକ୍ତବ୍ୟ ଓ ନାରୀଙ୍କୁ ଅସମ୍ମାନ କରିଛନ୍ତି ଏହାକୁ ଜଟଣୀ କଂଗ୍ରେସ ଘୋର ନିନ୍ଦା କରିବା ସହ ବିଧାୟକଙ୍କ ବେକ୍ତିଗତ ସଚିବ କଳିଙ୍ଗ କୁମାର ସାହୁ ଆଜି ଏକ ଲିଖିତ ଅଭିଯୋଗ ଜଟଣୀ ଥାନା ଭାରପ୍ରାପ୍ତ ଅଧିକାରୀ ଦୟାନିଧି ନାୟକ ଙ୍କୁ ଦେଇଛନ୍ତି ।ବିଧାୟକ ସଚିବଙ୍କ ସହ ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜ,ବିଧାୟକ ପ୍ରତିନିଧି ନୌସିର ଅଲ୍ଲୀ,ଜଟଣୀ କଂଗ୍ରେସ ମିଡ଼ିଆ ସେଲ ଅଧକ୍ଷ ଜିତେନ୍ଦ୍ର ରଥ,ପୂର୍ବତନ କାଉନସିଲର ଲୁସେନ୍ ରାୟ,୫ ନମ୍ବର ୱାର୍ଡର କଂଗ୍ରେସ କାଉନସିଲର ପ୍ରାର୍ଥୀନୀ ଗୀତାଞ୍ଜଳି ସେଠୀ ,ଉମାକାନ୍ତ ମହାପାତ୍ର, କାଳନ୍ଦୀ ନାୟକ,ରାକେଶ ଦାସ,ସଂକେତ ପାଟ୍ଟଶାଣୀ, ଓ ଅନେକ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ଅଭିଯୋଗ ପତ୍ର ଦେବାସହ ଦୁର୍ଯ୍ୟୋଧନ ସାହୁକୁ ୭ ଦିନ ଭିତରେ ଗିରଫ ପାଇଁ ଦାବି କରିଥିଲେ । ଥାନା ଅଧକାରୀ ଦୟାନିଧି ନାୟକ ଲିଖିତ ଏତଲାକୁ ଗ୍ରହଣକରି ଏହାର ଉଚିତ୍ ପଦକ୍ଷେପ ନେବେବୋଲି ପ୍ରତିଶୁତି ଦେଇଛନ୍ତି ।