ବାଲେଶ୍ଵର- ସୁଦୂର ଜିଲ୍ଲା ବୌଦ୍ଧରୁ ପ୍ରକାଶ ପାଉଥିବା ମାସିକ ଶିକ୍ଷାଧର୍ମୀ ପତ୍ରିକା ” ଜ୍ଞାନ ପ୍ରକାଶ ” ପହଞ୍ଚିଲା ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ । ଉକ୍ତ ବ୍ଲକର ସାମ୍ବାଦିକ, ସମାଜସେବକ, ମଞ୍ଚ ଅଭିନେତା ଓ କଳାକାର ଭଗବାନ ଚନ୍ଦ୍ର ଦାସଙ୍କ ହାତରେ ଜ୍ଞାନ ପ୍ରକାଶ । ଶ୍ରୀ ଦାସ ଜଣେ ସେବାପରାୟଣ ଓ ଉତ୍ତମ ସ୍ବଭାବର ବ୍ଯକ୍ତି ହୋଇଥିବାରୁ ଗୋପାଳପୁର ମେଡ଼ିକାଲ ସାମ୍ନାରେ ଏକ ପାଥଲୋଜି ଖୋଲି ଲୋକଙ୍କ ସେବାରେ ଦୈନିକ ଲିପ୍ତ ରହିଥାନ୍ତି । ସାମ୍ବାଦିକ ଭଳି ସମାଜସେବା ମଧ୍ୟ ତାଙ୍କର ଅନ୍ୟ ଏକ ନିଶା ଅଟେ । ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିଶୁକ୍ଳ ସେବା ପ୍ରଦାନରେ ବ୍ଲକରେ ସୁନାମ ରହିଛି । ବାଲେଶ୍ଵର ଜିଲ୍ଲାରେ ଏଭଳି ଜଣେ ପ୍ରତିଭାଧାରୀ ଜ୍ଞାନ ପ୍ରକାଶର ପାଠକଙ୍କୁ ବୌଦ୍ଧ ଜିଲ୍ଲା ବୌଦ୍ଧରୁ ପ୍ରକାଶ ପାଉଥିବା ମାସିକ ଶିକ୍ଷାଧର୍ମୀ ପତ୍ରିକା ଜ୍ଞାନ ପ୍ରକାଶ ସମ୍ବର୍ଦ୍ଧିତ କରିବା ପାଇଁ ଚୟନ କରିଥିଲା । ଚଳିତ ମାସ ଅର୍ଥାତ ତା ୦୩/୭/୨୦୨୨ରିଖ ବୌଦ୍ଧ ଠାରେ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେହି ମଞ୍ଚରେ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ଶ୍ରୀ ଦାସ ପତ୍ରିକା, ଟ୍ରଫି ଓ ପ୍ରମାଣ ପତ୍ର ସହିତ ସମ୍ବର୍ଦ୍ଧିତ ହୋଇଥାଆନ୍ତେ । କିନ୍ତୁ ଦୁଃଖର ବିଷୟ କୌଣସି କାରଣ ବଶତଃ ଶ୍ରୀ ଦାସ ପ୍ରୋଗ୍ରାମରେ ଉପସ୍ଥିତ ହୋଇପାରି ନଥିଲେ । ସେଥିପାଇଁ ” ଜ୍ଞାନ ପ୍ରକାଶ ” ପତ୍ରିକାର ବାଲେଶ୍ଵର ଜିଲ୍ଲା ସଭାପତି ତଥା ବାଲେଶ୍ଵର ଜିଲ୍ଲା ସାମ୍ବାଦିକ, ସୁକବି ଓ ସୁସାହିତ୍ଯିକ ନରେନ୍ଦ୍ର ପ୍ରସାଦ ବେହେରା ବାହାନଗା ବ୍ଲକ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ସାମ୍ନାରେ ଥିବା ଶ୍ରୀ ଦାସଙ୍କ ପାଥଲୋଜିରେ ପହଞ୍ଚି ଜ୍ଞାନ ପ୍ରକାଶ ଓ ନିଫା ଗୃପ୍ ତରଫରୁ ପାଇବାକୁ ଥିବା ସମସ୍ତ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏଥିସହିତ ଅକ୍ଟୋବର ମାସ ୨୧ ତାରିଖରେ ପୁରୀ ଠାରେ ହେବାକୁ ଥିବା ଜ୍ଞାନ ପ୍ରକାଶ ପ୍ରୋଗ୍ରାମରେ ଯୋଗଦେବାକୁ ସାଦର ନିମନ୍ତ୍ରଣ କରିଥିଲେ ।