ପାଟଣାଗଡ : ବେଲପଡ଼ା ବ୍ଲକର ଯୁବା ପଂଚାୟତର ଭୁଲିଆବନ୍ଧ ଗାଁ ର ଗୌଚରମୁଣ୍ଡା ରେ ମନରେଗା ଯୋଜନା ରେ ତିଆରି ହେଇଥିବା ଚେକୱାଲ ରେ ବଡ଼ ଧରଣର ଦୁର୍ନୀତି ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ଗୌଚରମୁଣ୍ଡା ଚେକୱାଲ୍ ପାଇଁ ଆର୍ଥିକ ବର୍ଷ ୨୦୨୦-୨୧ ରେ ୧୦ ଲକ୍ଷ୍ୟ ଟଙ୍କା ମଞ୍ଜୁର ହେଇଥିଲା ଓ କାମ ମଧ୍ୟ ହେଇଥିଲା । ହେଲେ ବର୍ଷେ ପୁରିନି ସେଠୀ ଫାଟ ଦେଖା ଦେଲାଣି । ୟେ ନେଇ ଜନସାଧାରଣ କହିବାରୁ ତାକୁ ଲୁଚାଇବା ପାଇଁ ଫାଟ ଜାଗା ରେ ଲେପ ଦେଇ ଘଟଣା କୁ ଚାପିବାକୁ ଉଦ୍ୟମ କରା ଯାଇଛି । ୟେ ନେଇ ଆମେ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ସାହୁଙ୍କୁ ପଚାରି ଥିଲୁ , ହେଲେ ସେ କହିଥିଲେ କି , ପାଣି ଯୋଗୁ ଦବି ଯାଇଥିବ ଓ ଫାଟ ସୃଷ୍ଟି ହେଇଥିବ , ମୁଁ ଦେଖିଲା ପରେ ଜାଇ ଯାହା କିଛି କହି ପାରିବି ବୋଲି ମତ ପ୍ରକାଶ କରିଛନ୍ତି । ଏଠି କଥା ଉଠୁଛି ଜେ ଯଦି ସେ କାମ ହେଲା ସମୟ ରେ ସଠିକ୍ ଯାଞ୍ଚ କରିଥାନ୍ତେ ଓ କାର୍ଯ ର ଗୁଣବତ୍ତା କୁ ଧ୍ୟାନ ଦେଇ ଥାନ୍ତେ ତ ବର୍ଷେ ମଧ୍ୟ ରେ ଚେକୱାଲ ରେ ଫାଟ ହେଇ ନଥାନ୍ତା । ବେଲପଡ଼ା ବ୍ଲକ ଯେହେତୁ ଦାଦନ ପ୍ରବଣ ଅଞ୍ଚଳ ଓ ସରକାର ଏଠି ଦାଦନ ରୋକିବାକୁ ଅନେକ ଚେଷ୍ଟା ସହ ବହୁତ ଯୋଜନା କାର୍ଯକାରୀ କରୁଛନ୍ତି , କିନ୍ତୁ କିଛି ଟା ବିଭାଗୀୟ କର୍ମଚାରୀ ଓ କିଛି ଲୋକଙ୍କର ଲାଭଖୋର ମନବୃତ୍ତି ଯୋଗୁ ସବୁ ଯୋଜନା ଠପ ହେଉଛି। ଏ ନେଇ ଅଞ୍ଚଳ ର ଜନ ସାଧାରଣଙ୍କ ମନ ରେ ଅସନ୍ତୋଷ ପ୍ରକାଶ ପାଇଛି ଓ ଏହାର ସଠିକ୍ ତଦନ୍ତ ପାଇଁ ଦାବି କରିଛନ୍ତି ।