ରାଜ୍ୟ ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା କୁ ବିରୋଧ !

ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ଦେଲା କୋଶଳ ସେନା

 ବରଗଡ଼-ରାଜ୍ୟ ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା କୁ ଭେଡେନ ବ୍ଲକ କୋଶଲ ସେନା ବିରୋଧ କରିଛି l ସମସ୍ତ ନିଯୁକ୍ତି ପ୍ରକ୍ରିୟା ଜିଲ୍ଲା ଭିତ୍ତିକ କରିବାକୁ କୋଶଲ ସେନା ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଙ୍କୁ ଏକ ଦାବିପତ୍ର ଦେଇଛି l କୋଶଲ ସେନା ର  ଅଭିଯୋଗ ହେଲା, ପୂର୍ବ ଓଡିଶା ଅପେକ୍ଷା ପଶ୍ଚିମ ଓଡିଶା ର ଯୁବକ ଙ୍କୁ ସେତେ ସୁଯୋଗ ମିଳୁନି l ରାଜ୍ୟ ସ୍ତରୀୟ ଚୟନ ପାଇଁ ଅlଞ୍ଚଲିକ ବୈଶମ୍ୟତା ସୃଷ୍ଟି ହେଉଛି l ଫଳରେ ପଶ୍ଚିମ ଓଡିଶା ର ଅନେକ ଶିକ୍ଷିତ ଯୁବକ ବାହାର ରାଜ୍ୟ କୁ ଦାଦନ ଖଟି ବାକୁ ଯାଉଛନ୍ତି l ତେଣୁ ରାଜ୍ୟ ସରକାର ଏହି ପ୍ରକ୍ରିୟା ଶୀଘ୍ର ବନ୍ଦ କରି ପୂର୍ବ ପରି ଜିଲ୍ଲା ସ୍ତରୀୟ ଚୟନ ପ୍ରକ୍ରିୟା କରି ବାକୁ ଦାବି କରିଛନ୍ତି l ଅନ୍ୟଥା ଆଗକୁ ଆନ୍ଦୋଳନ ହେବା ଏବଂ ସରକାର ଏଥିପାଇଁ ଦାୟୀ ରହିବେ ବଲି ଚେତାବନୀ ଦେଇଛନ୍ତି l ଦାବିପତ୍ର ପ୍ରଦାନ ସମୟରେ ଭେଡେନ ବ୍ଲକ କୋଶଲ ସେନା ର ସମ୍ପାଦକ ବରୁଣ ବେହେରା,ମହେନ୍ଦ୍ର ବେହେରା, ପପୁନ ମହାକୁର, ରିତେଶ ରଣା, ମିଳନ ପଧାନ, କ୍ଷମାନିଧି ମାଟାରୀ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.