ଅସ୍ତରଙ୍ଗ- ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅସ୍ତରଙ୍ଗ ବଜାର ଠାରୁ ଗଙ୍ଗପୁର ପର୍ଯ୍ୟନ୍ତ ୨୯୮.୨୬ ଲକ୍ଷ୍ୟ ଟଙ୍କା ବ୍ୟୟରେ ଅସ୍ତରଙ୍ଗ ବଜାର ଠାରୁ ଗଙ୍ଗପୁର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଦ୍ରୁତ ଗତିରେ ଆଗେଇ ଚାଲିଛି।ଏଷ୍ଟିମେଣ୍ଟ୍ ଏଗ୍ରିମେଣ୍ଟ ଅନୁଯାୟୀ କାର୍ଯ୍ୟ ଆବଶ୍ୟକୀୟ ଅନୁଯାୟୀ ପ୍ରାଇମର,ଟ୍ୟାକକୋଟ,ମେଟାଲ, ପିଚୁ ଦିଆଯାଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଳମ୍ବିତ ରାତ୍ରରେ ସେହି ରାସ୍ତା ଦେଇ ଭାରିଯାନ ଯାଉଥିବା ବେଳେ ଅସ୍ତରଙ୍ଗ ଥାନା ସମୁଖରେ ପାଇପି ଲାଇନ ଥିବା ସ୍ଥାନରେ ଦବି ଯାଇଥିଲା।ଠିକା ସଂସ୍ଥା ପକ୍ଷରୁ ଉକ୍ତ ସ୍ଥାନରେ ରିପାରିଙ୍ଗ୍ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଅର୍ଥ ଲାଲସାରେ ମିଥ୍ୟା ଅଭିଯୋଗ କଲେ।ଅଭିଯୋଗକୁ ଆଧାର କରି ବିଭାଗୀୟ ତଦନ୍ତ ହେଲା କିନ୍ତୁ ଫଳଶୂନ।ସୂଚନା ଥାଉକି ପୂର୍ବ ଭାରତର ଏନ୍ତୁଡିଶାଳ କହିଲେ ଅସ୍ତରଙ୍ଗକୁ ବୁଝାଏ।ବିଶେଷ କରି ଜାହାନିଆ କୁ ଦୈନିକ ଶତାଧିକ ପର୍ଯ୍ୟଟକ ବୁଲି ବାକୁ ଆସୁଥିବା ବେଳେ ଏଠାରୁ ବିଭିନ୍ନ ମୂଲ୍ୟବାନ ମାଛ ଦେଶ ବାହାରେ ବିକ୍ରି ହୁଏ।ଦିନକୁ ଦିନ ଅସ୍ତରଙ୍ଗ ଅର୍ଥନୈତିକ,ସାମାଜିକ କ୍ଷେତ୍ରରେ ବିକଶିତ ହେଉଥିବା ବେଳେ କିଛି ଅସାଧୁ ଟ୍ୟୁସନ ମାଷ୍ଟର, ଇଲେଟ୍ରି ଦୋକାନୀ, ମାଛ ବ୍ୟବସାୟୀ ଉନ୍ନୟନ ପ୍ରକଳ୍ପରେ ସହଯୋଗ କରିବା ପରିବର୍ତ୍ତେ ଅର୍ଥ ଲାଲସା ରଖି ଏକ ବ୍ୟକ୍ତି ବିଭିନ୍ନ ପଦପଦବୀ ଥିବା ଦର୍ଶାଇ ବଟି ଆଦାୟ କରିବାରେ ଅହରାତ୍ର ଗାଁ ଗଣ୍ତା ବୁଲୁଛନ୍ତି।ଅସ୍ତରଙ୍ଗ ଉନ୍ନୟନ ପରିଷଦ,ବୁଦ୍ଧିଜୀବି,ବରିଷ୍ଠ ନାଗରିକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅସ୍ତରଙ୍ଗର ଉନ୍ନୟନ କାର୍ଯ୍ୟ ହେବ ଯେଉଁ ବ୍ୟକ୍ତିମାନେ ଭାବୁଛନ୍ତି ହରିଲୁଟ୍ ହେଉଛି ସେହି ବ୍ୟକ୍ତି ମାନଙ୍କୁ ମୋର ଜବାବ ଆସ ଠିଆ ହୁଅ ଭୁଲ କି ଠିକ୍ କୁହ ଅପପ୍ରଚାର କ୍ଷାନ୍ତ ରୁହନ୍ତୁ ବୋଲି ବିଭିନ୍ନ ସାମାଜିକ ସଂଗଠନ ଅନୁରୋଧ କରିଛନ୍ତି।ଏ ସମ୍ପର୍କରେ ଆମ ପ୍ରତିନିଧି ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବାରୁ ଜାଣିବାକୁ ପାଇଲୁ ମୁଖତଃ ପାଣି ଲିକେଚ୍ ହେବାରୁ ମାଟି ଓଦା ହୋଇଯିବା ଫଳରେ ଭାରିଯାନ ଯିବା ହେତୁ ରାସ୍ତା ଦବିଯାଉଛି ତୁରନ୍ତ ପାଣି ପାଇପି ମରାମତି ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ କେହି ଫୋନ ଉଠାଇ ନଥିଲେ।