ଧାମନଗର- ଶ୍ରାବଣ ମାସ ଅଧା ହେଲାଣି ତଥାପି ବର୍ଷାର ଦେଖା ନାହିଁ। ଚାଷୀକୂଳ ମଧ୍ୟରେ ହାହାକାର ପରିସ୍ଥିତି। ପ୍ରଚଣ୍ଡ ଖରାରେ ଧାନତଳି ପୋଡ଼ି ଗଲାଣି ଚିନ୍ତାରେ ଚାଷୀକୂଳ। ପିଲାବେଳେ ସଭିଏଁ ପ୍ରାଥମିକ ସ୍ତରରେ ଶିକ୍ଷା ଗ୍ରହଣ ସମୟରେ ପଢୁଥିଲେ ବର୍ଷକ ବାରମାସ ୬ଋତୁ ମାତ୍ର ଆମେ ଏବେ ତିନୋଟି ଋତୁ ଅନୁଭବ କରୁଛୁ। ବର୍ଷା, ଶୀତ ଓ ଖରା ଏଥି ମଧ୍ୟରୁ ଦୁଇଟି ଋତୁର ମଧ୍ୟ କମ ପ୍ରଭାବ ରହିଛି। ମାତ୍ର ଖରା,ଗରମ,ଗୁଳୁଗୁଳି ସାଙ୍ଗରେ ଧରି ଗ୍ରୀଷ୍ମ ଋତୁର ପ୍ରଭାବ ବର୍ଷର ଅଧିକାଂଶ ସମୟରେ ରହୁଛି।ବିଗତ ମାସେ ତଳେ ଆସିଥିବା ମୌସୁମୀ କୁଆଡେ ଲୁଚିଗଲାଣି। ବର୍ତ୍ତମାନ ଖରିଫ ଧାନ ଚାଷର ସମୟ। ଧାରା ଶିରାବଣ ସଜ୍ଞାବହନ କରୁଥିବା ଶ୍ରାବଣ ମାସରେ କବି ଯଦୁମଣିଙ୍କ ଭାଷାରେ ବିଲ ଶୁଖି ଫାଟିଲାଣି ସେଥିରେ ନଡ଼ିଆ ପିଟିଲେ ଭାଙ୍ଗିଯିବ।ବିଗତ କିଛିବର୍ଷ ପରି ଖରିଫ ଧାନଚାଷ ପାଇଁ ପ୍ରତିକୂଳ ପାଗରହିବା ସହ ଚାଷୀର ଆଶା ଭରସା ହେଉଛି ଲଘୁଚାପ ବର୍ଷା। ଉଠାଜଳସେଚନ ପଏଣ୍ଟ ଅଚଳ, ଚାଷ ପାଇଁ ଆବଶ୍ୟକୀୟ ପାଣି କେନାଲରେ ନାହିଁ। ସାବତ ପୁଅ ପରି ଚାଷୀଙ୍କୁ ସରକାରଙ୍କ ଅଣଦେଖା କରୁଥିବା ସହିତ ଏବେ ପ୍ରକୃତି ଦାଉ ସାଧୁଛି। ଏଭଳି ସ୍ଥଳେ ଧାନତଳି ବଞ୍ଚେଇବା ପାଇଁ ଚାଷୀଙ୍କ ପାଖରେ କୌଣସି ବିକଳ୍ପ ପନ୍ଥା ନାହିଁ।ପ୍ର କୃତିର ଏଭଳି ଅସନ୍ତୁଳିତ ଋତୁଚକ୍ରକୁ ରୋକିବାକୁ ହେଲେ ସରକାର ଚାରା ବଣ୍ଟନ ସହ ଏହାର ରାକ୍ଷରଣାବେକ୍ଷଣ ପାଇଁ ପ୍ରକୃତି ପ୍ରେମୀ ଜନସାଧାରଣ ଓ ଅନୁଷ୍ଠାନକୁ ଅଧିକ ସହାୟତା ପ୍ରଦାନ କରାଇବା ସହ ଏହାର ସଚେତନତା ପ୍ରତି ଅଧିକ ଗୁରୁତ୍ୱ ଦେଵା ଉଚିତ।ଖାଲି ଗଛଲଗାଇବା ବାହାନାରେ ଫଟୋ ଉଠାଇଲେ ଏ ସମସ୍ୟାର ସମାଧାନ ହେବନି।ସଭିଏଁ ଜାଣିବା ଉଚିତ।ତେବେ ପାଣିପାଗ ଅନୂକୂଳ ସହ ଚାଷ ଭଲହେବ ଓ ଚାଷୀ ଭାଇ ହସିବ।