ବଲାଙ୍ଗୀର- ବଲାଙ୍ଗିର ଜିଲ୍ଲା ରେ ବେଆଇନ ନିଶା କାରବାର ଦିନ କୁ ଦିନ ବଢ଼ିଚାଲିଛି। ଅବକାରୀ ବିଭାଗ ଚଢାଉ ଉପରେ ଚଢ଼ାଉ କରି ଗିରଫ କରୁଥିଲେ ସୁଦ୍ଧା ସୁଧୁରିବା ର ନାଁ ନେଉନାହିଁ। ମୋତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡ଼ା କାଠ ସଦୃଶ ଚାଲିଛି। ସୂଚନାଯୋଗ୍ୟ ଯେ ଆଜି ଭୋର ସକାଳୁ ପାଟଣାଗଡ଼ ଅବକାରୀ ବିଭାଗ ଖବର ପାଇ ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ବାଘଝରନ ଗାଁ ର ଯଦୁମଣି ବରିହା ବେଆଇନ ରନ୍ଧା ମଦ ଆଣୁଥିବା ବେଳେ ପାଟଣାଗଡ଼ ଅବକାରୀ ଅଧିକାରୀ ସତ୍ୟ ନାରାୟଣ ଦାସ, ଅଜିତ୍,ବୁଲୁ ସେଠୀ,ଗୁଣବତୀ ମାଝୀ ପିଛା କରିଥିଲେ। ଏବଂ ଚଢାଉ କରି ଯଦୁମଣିକୁ ଗିରଫ କରିବା ସହ ରନ୍ଧା ମଦ ସହ ଗୋଟିଏ ବାଇକ୍ ଜବତ କରି ମଦମାଫିଆକୁ କୋର୍ଟ ଚାଲାଣ କରିଛନ୍ତି।