ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଅନ୍ତର୍ଗତ କାଙ୍କଡପାଳ ଠାରେ ଥିବା ଜନସେବା କେନ୍ଦ୍ର ରୁ ଟଙ୍କା ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷ ପତ୍ର ଚୋରି ହୋଇଥିବା ଥାନାରେ ଏତଲା ଦିଆଯାଇଛି। ଥାନାରେ ଏକ କେସ୍ ନମ୍ବର ୭୭/୨୨ରୁଜୁ ହୋଇଛି। ମଙ୍ଗଳପୁର -ଟମକା ଯାଇଥିବା ମୁଖ୍ୟ ରାସ୍ତା କାଙ୍କଡପାଳ ଛକ ସଡ଼କ କଡ଼ରେ ଜନସେବା କେନ୍ଦ୍ର ସଟର୍ ତାଡି ୬୦ହଜାର ରୁ ଅଧିକ ଟଙ୍କା ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷ ପତ୍ର ଲେଇଥିବା ବେଳେ ମାଲିକ ଦିପକ କୁମାର ସାମଲ ଦର୍ଶାଇଛନ୍ତି। ଲୁଟ୍ ହୋଇଥିବା ସମୟ ଦୃଶ୍ୟ ସଂପୃକ୍ତି ଦୋକାନ ରେ ଥିବା ସିସିଟିଭି ରେ ଉତ୍ତୋଳିତ ହୋଇଥିଲା