ନିଜକୁ ସରକାରୀ ଅଧିକାରୀଙ୍କ ପରିଚୟ ଦେଇ ଦାଦା ବଟି ବାସୁଳୀ କରି ବୁଲୁଛନ୍ତି 

ତଦନ୍ତ ପରେ ଜଣାପଡିଛି ଯେ ଜେଲ ଫେରନ୍ତା ଠକ ବ୍ୟକ୍ତି ମାନେ କଣ୍ଟାବାଞ୍ଜି ଅଞ୍ଚଳର

ବଲାଙ୍ଗିର/ନୂଆପଡ଼ା- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅଞ୍ଚଳରେ କିଛି ଅସାମାଜିକ ଲୋକଙ୍କ ଲୁଟର ଶିକ୍କାର ହେଉଛନ୍ତି ବ୍ୟାପାରି ମାନେ, ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ବୋଡ଼େନ ଥାନା ଅନ୍ତର୍ଗତ ଡମଝେର ଗାଁକୁ ଏକ ଶିବଡିଜର କାର ଯାହାର ନମ୍ବର ଓଡି ୦୩   ଏନ ୨୭୦୦ ଯୋଗେ ଦିନେଶ ଅଗ୍ରୱାଲଙ୍କ ଘରକୁ ୪ ଜଣ ଜେଲ ଫେରନ୍ତା ଦୁର୍ବୃତ୍ତମାନେ ଯାଇ ଜଣେ ନିଜକୁ ତହସିଲଦାର କହୁଥିବା ବେଳେ ଅନ୍ୟ ଜଣେ ଜିଲ୍ଲା କୃଷି ଅଧିକାରୀ ଓ ଅନ୍ୟ ଜଣକ ଡବ୍ଲ ଇଓ ପରିଚୟ ଦେଇ କାଗଜ ପତ୍ର ଯାଞ୍ଚ କରିବା ପାଇଁ କହିଥିଲେ, ଅନ୍ୟ ଜଣଙ୍କ ପରିଚୟ ସଠିକ ଭାବେ ମିଳିନଥିବା ବେଳେ,  ଦିନେଶ ଅଗ୍ରୱାଲ କୃଷି ଅଧିକାରୀଙ୍କୁ ଫୋନ କରିବା ପାଇଁ ଚେଷ୍ଟା କରିବାରୁ ଫୋନ ଛଡ଼ାଇ ନେଇଥିଲେ ଓ ୬୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କହିଥିଲେ ବୋଲି ବୋଡ଼େନ ଥାନାରେ ଏତଲା ଦେଇଛନ୍ତି ଦିନେଶ, ଏନେଇ ବୋଡ଼େନ ଥାନା ପ୍ରଭାରୀ ସୁଦର୍ଶନ ନାଇକଙ୍କୁ ପଚାରିବାରୁ କେଶ ନଂ ୧୮୪/୨୨ ଆଧାରିତ ୪୨୦ ମାମଲା ରୁଜୁ ହୋଇଛି ଓ ଏହି ବ୍ୟକ୍ତି ମାନଙ୍କ ପରିଚୟ ମିଳିଛି ଜଣେ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ଖୁଟୁଲୁମୁଣ୍ଡା ଗାଁର ଜନାବ ଖାଁ ନିଜକୁ ତହସିଲଦାର ପରିଚୟ ଦେଇଥିଲେ ତଥା ସେ ଜଣେ ଦାଦନ ଦଲାଲ ବୋଲି ପରିଚୟ ମିଳିଛି, ତଥା ଧନଞ୍ଜୟ ମିଶ୍ର ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ସାନମୁଲା ଗାଁର ନିଜକୁ ଜିଲ୍ଲା କୃଷି ଅଧିକାରୀ ପରିଚୟ ଦେଇଥିବା ବେଳେ ତାଙ୍କ ନାମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଥାନାରେ ସତାଧିକା ମାମଲା ରହିଛି, ସନ୍ତୋଷ ନାଗ ମୁରିବାହାଲ ଥାନା ଅଞ୍ଚଳର ପତ୍ରାପାଲି ଗାଁର ଏହି ବ୍ୟକ୍ତି ଜଣକ ନିଜକୁ ଡବ୍ଲଇଓ ପରିଚୟ ଦେଇଥିବା ବେଳେ ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର ଉକୁବା ଅଞ୍ଚଳର ଜଣେ ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ କରି ଜେଲ ଯାଇଥିଲା ବର୍ତ୍ତମାନ ସେ ଜାମିନରେ ଥିବା ବେଳେ କୋର୍ଟ ଏଟେଣ୍ଟ କରୁନଥିବାରୁ ସନ୍ତୋଷର ନାମରେ ୱାରେଣ୍ଟ ଥିବା ଜଣାପଡ଼ିଛି, ଗତ ବାରବର୍ଷ ବେଲପଡ଼ା ଥାନା ଅଞ୍ଚଳରେ ଜଣେ କପା ଗାଡିକୁ ଅଟକାଇ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ  ଓ ସମ୍ପୃକ୍ତ କପା ବ୍ୟାପାରି କଳାହାଣ୍ଡି ଜିଲ୍ଲାର ହୋଇଥିବା ବେଳେ ଫୋନ ପେ ମାଧ୍ୟମରେ ଜଣେ ମହିଳା ୪୦ ହଜାର ଟଙ୍କା ଦେବାରୁ ଉକ୍ତ କପା ଟ୍ରକକୁ ଛାଡ଼ି ଦେଇଥିଲେ, ନନ୍ଦିନୀରେ ସେତେବେଳେ ଖବର ପ୍ରକାଶ ପାଇବା ପରେ ଶିବ ଶା ବୋଲି ଜଣେ ଠକକୁ ବେଳପଡ଼ା ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲେ, ଆଉ ବର୍ତ୍ତମାନର ଠକ ଜିଲ୍ଲା କୃଷି ଅଧିକାରୀ ସେତେବେଳେ ହାଇକୋର୍ଟରୁ ବେଳ ଆଣି ଲୁଚି ରହିଥିଲା, ବର୍ତ୍ତମାନ ପୁଣି ସକ୍ରିୟ ହୋଇଛନ୍ତି ଫଳରେ ନୂଆପଡ଼ା ଜିଲ୍ଲାରେ ଭୟାବହ ସୃଷ୍ଟି ହୋଇଛି, ସମ୍ପୃକ୍ତ ଗୋଷ୍ଠୀ ବଲାଙ୍ଗୀର ଜିଲ୍ଲାରେ ନିଜକୁ ସାମ୍ବାଦିକ ପରିଚୟ ଦେଉଥିବା ବେଳେ ନୂଆପଡ଼ା ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ପରିଚୟ ସୃଷ୍ଟି କରିପାରିଛନ୍ତି,  ଏନେଇ ସ୍ଥାନୀୟ ପୁଲିସ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ଜେଲ ଫେରନ୍ତା ୪୨୦ ବ୍ୟକ୍ତି ମାନେ ପୁଲିସ ଅଧିକାରୀଙ୍କ ନାକ ତଳେ କିପରି ଭାବେ ବ୍ୟାପାରି ମାନଙ୍କୁ ଚୂନ ଲଗାଉଛନ୍ତି ଯାହା ସ୍ଥାନୀୟ ଜଣଙ୍କ ଘରର ସିସି ଟିଭି କ୍ୟାମେରା ରେକର୍ଡ ହୋଇଛି, ବେଳପଡ଼ା ଥାନାରେ କେଶ ନଂ ୨୪୫/୨୧ ରେ ମାମଲା ରୁଜୁ ହୋଇଥିଲା ଧନଞ୍ଜୟ ମିଶ୍ର ଶିବପ୍ରସାଦ ଶା ରାଧେଶ୍ୟାମ ପୋଡ ନାମରେ ଓ ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ଶିବପ୍ରସାଦକୁ କୋର୍ଟଚାଲାଣ କରିଥିଲା ସେତେବେଳେ ବେଳପଡ଼ା ପୁଲିସ, ଖଡ଼ିଆଳ ପୁଲିସ ଏନେଇ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା

Leave A Reply

Your email address will not be published.