ଅରବିନ୍ଦ ନଗର ରାସ୍ତାର ଅବସ୍ଥା ଶୋଚନୀୟ , ପ୍ରତିକାର ଦାବି

ବୁଗୁଡ଼ା- ସ୍ଥାନୀୟ ଏନଏସି କଲ୍ୟାଣୀ ମଣ୍ଡପ ପଛ ପଟ ଅରବିନ୍ଦ ନଗର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଓ୍ବାର୍ଡ ନଂ-୩ ଅନ୍ତର୍ଗତ ଏହି ରାସ୍ତା ସାରା ଖାଲଖମା ସାଙ୍ଗକୁ ସଦାବେଳେ ଦୁର୍ଗନ୍ଧ ପାଣି ଜମିରହୁଥିବାରୁ ଲୋକଙ୍କ ଯାତାୟାତରେ ଅସୁବିଧା ହେଉଛି। ସାମାନ୍ୟ ବର୍ଷାଟିଏ ହେଲେ ଅବସ୍ଥା ଏପରି ହେଉଛିଯେ ସେହି ରାସ୍ତା ଦେଇ କେହି ହେଲେ ଯିବାକୁ ଉଚିତ୍‌ମଣୁ ନାହାନ୍ତି । ଏନେଇ ବାରମ୍ବାର ଅଭିଯୋଗହେଉଥିଲେ ମଧ୍ୟ ଏନ୍‌ଏସି ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଅପରପକ୍ଷରେ, ଚାରିରୁ ପାଞ୍ଚଟି ଘର ଥିବା ସାହିକୁ ପେବର ରାସ୍ତା ନିର୍ମାଣ କରାଯାଉଥିବା ବେଳେ ଅରବିନ୍ଦ ନଗରର ଏହି ଶୋଚନୀୟ ରାସ୍ତା ପ୍ରତି ଧ୍ୟାନ ନଦେବା ଏନ୍‌ଏସି ପ୍ରଶାସନର କିଭଳି ମାନସିକତା ତାହା ବୁଝା ପଡୁନାହିଁ । ଅଧିକନ୍ତୁ, ଏନ୍‌ଏସି ପ୍ରଶାସନ ସର୍ବଦା ନଗରବାସୀଙ୍କୁ ସ୍ବଚ୍ଛତା ରକ୍ଷା ସକାଶେ ସଚେତନ କରୁଥିବା ବେଳେ ସହରର ପରିଚ୍ଛନ୍ନତା ପ୍ରତି ଉଦାସୀନ ରହୁଥିବା ହେତୁ ସର୍ବସାଧାରଣରେ ଏନ୍‌ଏସି କର୍ତ୍ତୃପକ୍ଷ ସମାଲୋଚିତ ହେଉଛନ୍ତି । ଏଣୁ, ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.