ବରଗଡ଼ – ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ବିଜେପୁର ର ବୁଲୁ ଷ୍ଟାର ବୋଲି ଜଣେ ମହାନ ବ୍ୟକ୍ତି କୁ ନେଇ ଆଜି ଚାରି ଆଡ଼େ ଚର୍ଚ୍ଚା । ଗ୍ରାମାଞ୍ଚଳରୁ ରୋଗୀମାନେ ଯିବା ଆସିବା ସମୟରେ ସେମାନଙ୍କୁ ଅନେକ ଖର୍ଚ୍ଚ ଭୋଗିବାକୁ ପଡୁଛି। ଏହାକୁ ଆଖିରେ ରଖି ବୁଲୁ ମେହେର ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସମୟରେ ଦରଦାମ ବୃଦ୍ଧି ଆକାଶଛୁଆଁ ଥିବାବେଳେ ରୋଗୀ ମାନଙ୍କ ସେବା ନିମନ୍ତେ ବିଜେପୁର କେଉଁଟିପାଲି କନ୍ଧରା ମାଝିପାଲି ଗ୍ରାମରୁ ବିଜେପୁର ସରକାରୀ ଡାକ୍ତରଖାନାକୁ ରୋଗୀ ଯିବା ଆସିବା କରିବା ନିମନ୍ତେ ମାତ୍ର ୩୦ ଟଙ୍କା ରେ ଏକ ବ୍ଳୁ ଷ୍ଟାର ନାମକ ଏକ ଅଟୋ ଉତ୍ସର୍ଗୀକୃତ କରିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ, ଗର୍ଭବତୀ ମହିଳା ଏବଂ ଜନ୍ମିତ ଶିଶୁ ପ୍ରସବପରେ ଡାକ୍ତରଖାନା ରୁ ଘରକୁ ଯିବା ସମୟରେ ସମ୍ପୁର୍ଣ୍ଣ ଦେୟ ମୁକ୍ତ କରାଯିବ ବୋଲି ବୁଲୁ ଜଣାଇଛନ୍ତି । ଏ ଅବସରରେ ବିଜେପୁର ଥାନାଧିକାରୀ ଶ୍ରୀମାନ ସନୟ ନାଏକ ସବୁଜ ପତାକା ପ୍ରଦର୍ଶନ କରି ଏହାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ଥାନା କର୍ମଚାରୀ , ସାଧୁ ମେହେର,ଗୁରୁବାରୁ ମେହେର ଓ ଅନେକ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ମହତ କାମକୁ ବୁଲୁ ମେହେର ଙ୍କ ପ୍ରୟାସ କୁ ଚାରିଆଡେ ବେଶ ପ୍ରଶଂସା କରାଯାଉଛି ।