ଧାମନଗର- ଧାମନଗର ବ୍ଲକ ଅଞ୍ଚଳରେ ଥିବା ବହୁ ପୂରାତନ ଶିକ୍ଷା ଅନୁଷ୍ଠାନ ଇନ୍ଦିରା ଗାନ୍ଧୀ ସ୍ମୃତି ବିଜ୍ଞାନ ଓ ବୈଷୟୀକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ମାସ ସୋମବାର ପୂର୍ବାହ୍ନରେ ନୂତନ ଅଧ୍ୟକ୍ଷ ଭାବେ ପ୍ରାଧ୍ୟାପକ ପୀତାମ୍ବର ରାଉତରାୟ କାର୍ଯ୍ୟରେ ଯୋଗଦେଇ ଦାୟୀତ୍ବ ଗ୍ରହଣ କରିଛନ୍ତି। ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ପ୍ରାଧ୍ୟାପକ ନାରାୟଣ ମହାନ୍ତିଙ୍କ ପୌରହିତ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ ଓ କର୍ମଚାରୀ ସହ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ନୂତନ ଅଧ୍ୟକ୍ଷ ଶ୍ରୀ ରାଉତରାୟ ବିଦ୍ୟାଳୟର ପାଠପଢ଼ା ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ବିକାଶ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ଶେଷରେ ଅଧ୍ୟାପକ ପଦ୍ମନାଭ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।