ଧାମନଗର- ଭାରତ ପ୍ରସିଦ୍ଧ ପୀରବାବା ହଜରତ ମୌଲାନା ହୋଜୁର ମୁଜାହିଦ୍ – ଏ- ମିଲ୍ଲତଙ୍କ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସୁବିଧା ନିମନ୍ତେ ଧାମନଗର ସ୍ଥିତ ଖାନକା ସରିଫ ପରିସରରେ ଏକ ଉଚ କ୍ଷମତା ସମ୍ପର୍ଣ୍ଣ ପାଣି ଟାଙ୍କି ନିର୍ମାଣ ପାଇଁ ଉର୍ସ କମିଟି ପକ୍ଷରୁ ଦାବି କରିଥିଲେ। ପୀର ବାବାଙ୍କ ବାର୍ଷିକ ଉର୍ସ ସମୟରେ ପାଣି ପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ଦିନ ପରେ ପାଣି ଟାଙ୍କି କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ସୂଚନା ଦେଇଛନ୍ତି। ଏନେଇ ଭଦ୍ରକ ସାଂସଦ ମାନନୀୟା ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ,ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବୁଧବାର ରାଜ୍ୟ ସଚିବାଳୟରେ ବିଭାଗୀୟ ନଗର ଉନ୍ନୟନ ମନ୍ତ୍ରୀ ମାନନୀୟ ଶ୍ରୀମତୀ ଉଷା ଦେବୀଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବା ସହ ପାଣି ଟାଙ୍କି ନିର୍ମାଣ ପାଇଁ ଦାବି ରଖିଥିଲେ। ମନ୍ତ୍ରୀ ଶ୍ରୀ ଦେବୀ ଖୁବଶୀଘ୍ର ଖାନକା ସରିଫ ପରିସରରେ ପାଣି ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରକାଶ ଥାଉକି ୨୦୧୯ମସିହାରେ ତତ୍କାଳୀନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳଙ୍କ ସମୟରେ ବିଧାୟକଙ୍କ ହାତ ପାଣ୍ଠିରୁ ଅର୍ଥ ବ୍ୟୟବରାଦ କରାଯାଇ ଟାଙ୍କିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଅସମ୍ପୂର୍ଣ୍ଣ କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ମାନନୀୟା ବିଭାଗୀୟ ମନ୍ତ୍ରୀ ଓ ମାନନୀୟା ସାଂସଦ ଭଦ୍ରକ ଏବଂ ତତ୍କାଳୀନ ବିଧାୟକଙ୍କୁ ଉର୍ସ କମିଟି ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି। ତେବେ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ଦେଖିବା ବାକିରହିଲା।