ଯେକୌଣସି କମ୍ପାନୀ ଭାରତ ବର୍ଷର ଯେକୌଣସି ରାଜ୍ୟରେ କାର୍ଯ୍ୟ କରିବ ତାହା ଉଭୟ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ କାର୍ଯ୍ୟ କରିବା ବିଧେୟ ଅଟେ ।କିନ୍ତୁ କମ୍ପାନୀ ଥରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱୀକୃତି ମିଳିସାରିବା ପରେ ନିଜର ମାନମୁଖୀ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଟାଟା କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିବା ମହେଶ ଇନ୍ସପାଟକ୍ଚର ପ୍ରାଇଭେଟ ଲିମିଟେଡ଼ ସଂସ୍ଥାରେ।ଏହି କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ସିଧାସଳଖ ଭାବରେ ଶୋଷଣ କରୁଥିବାର ଅଭିଯୋଗ କରିଛନ୍ତି ଏହି କମ୍ପାନୀରେ ପୂର୍ବରୁ କାର୍ଯ୍ୟ କରୁଥିବା ସୁଶିଲ କୁମାର ମହାନ୍ତ ।ଆଜିକୁ ପ୍ରାୟ ୩ ବର୍ଷ ଧରି ଏହି କମ୍ପାନୀରେ ହିଟାଚି ମେସିନ ଚାଳକ ଭାବରେ କାର୍ଯ୍ୟ କରି ଆସୁଥିଲେ ।କେନ୍ଦ୍ର ସରକାରଙ୍କ ତୈଳ ଦର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀର ଦର ହୁ ହୁ ହୋଇ ବଢୁଥିବା ବେଳେ ସରକାରୀ ନିୟମ ଅନୁଯାୟୀ ଜଣେ ହିଟାଚି ମେସିନ ଚାଳକ ଉଚ୍ଚ କୁଶଳୀ ଆକାରରେ ବେତନ ପାଇବା ପ୍ରତିବଦଳରେ ପ୍ରତିଦିନ ୪୦୨ ଟଙ୍କା ଦିଆଯାଉ ଥିଲା ଯାହାକି ସରକାରଙ୍କ କୌଣସି କୁଶଳୀ ରେ ଯାଉନାହିଁ ।ଏହି ଟାଟା କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିବା ଅନ୍ୟ ଠିକା ସଂସ୍ଥାରେ କାର୍ଯ୍ୟ କରିବାକୁ ହେଲେ ପୂର୍ବରୁ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଗେଟପାସ ବାତିଲ କରାଯିବା ପ୍ରତିବଦଳରେ ଏହି ଠିକା ସଂସ୍ଥା ସିଧାସଳଖ ଅନ୍ୟ ଠିକା ସଂସ୍ଥା ଗୁଡିକୁ ଧମକ ଦେଉଛନ୍ତି ମୋର ସଂସ୍ଥା ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଯେଉଁ ସଂସ୍ଥା ନିଯୁକ୍ତି ଦେବ ସେହି ସଂସ୍ଥା ନିଯୁକ୍ତି ନଦେବା ପାଇଁ ଧମକ ଦିଆଯାଉଛି ଏକପ୍ରକାରର ଏହି ଠିକା ସଂସ୍ଥା ସମ୍ପୂର୍ଣ୍ଣ ଭାବରେ ଗୁଣ୍ଡାଗରଦି ଚଳାଇ ଥିବାର ଅଭିଯୋଗ ହୋଇଥିବା ଏହାକୁ ଖୁଦ ଟାଟା କମ୍ପାନୀ ପ୍ରଶୟ ଦେଉଥିବା ବେଳେ ଏହି ବର୍ଷ ମାର୍ଚ୍ଚ ମାସ ୨ତାରିଖ କାର୍ଯ୍ୟରୁ ନିଜେ ବହିଷ୍କୃତ ହୋଇଥିଲେ ।କାର୍ଯ୍ୟରୁ ଇସ୍ତଫା ଦେଇଥିବାରୁ ପୂର୍ଣ୍ଣ ଏବଂ ଅନ୍ତିମ ଦେୟ ମିଳିବା କଥା କିନ୍ତୁ ଆଜି ପର୍ଯ୍ୟନ୍ତ ବାରମ୍ବାର ପୂର୍ଣ୍ଣ ଏବଂ ଅନ୍ତିମ ଦେୟ ନିମନ୍ତେ ଦାବି କରି ଆସୁଥିବା ବେଳେ ଆଜି କୁ ପ୍ରାୟ ପାଞ୍ଚ ମାସ ହେବ ଆଜି ଦିଆଯିବ କାଲି ଦିଆଯିବ ଏହିପରି କହୁଛନ୍ତି ଠିକା ସଂସ୍ଥାର ଏଚଆର ଶ୍ରୀଯୁକ୍ତ ରଥ ।ବାରମ୍ବାର ଏମିତି ମିଛ ପ୍ରତିଶ୍ରୁତି ଦିଆଯାଉଥିବା ବେଳେ ଆଜିଠାରୁ ଠିକ ୫ଦିନ ପୂର୍ବରୁ ଶ୍ରୀଯୁକ୍ତ ରଥଙ୍କ ସହିତ ଯୋଗାଯୋଗ କରଯାଇଥିଲା ଯାହାକି କହିଥିଲେ ଅଗଷ୍ଟ ମାସ ୩ତାରିଖ ଦିନ ପୂର୍ଣ୍ଣ ଏବଂ ଅନ୍ତିମ ଦେୟ ଆପଣଙ୍କୁ ମିଳିଯିବ କିନ୍ତୁ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ ।ଏଠି ଖୋଲମ ଖୋଲା ଭାବରେ ଏକ ପ୍ରକାର ଶ୍ରମିକକୁ ଶୋଷଣ କରାଯାଉଥିବାର କହିଲେ କିଛି ଭୁଲ ହେବ ନାହିଁ ।ଏଠି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି ହେଉଛି କି ଗୋଟେ ଠିକା ସଂସ୍ଥା ନିଜର ମାନମୁଖୀ କାର୍ଯ୍ୟ ଚଳାଇଥିବା ବେଳେ ଏହି ସଂସ୍ଥା ପାଇଁ କଣ ସରକାର ଙ୍କ କୌଣସି ନିୟମ ନାହିଁ ?ଟାଟା କମ୍ପାନୀ ସାରା ବିଶ୍ୱରେ ସୁନାମ ଅର୍ଜନ କରିଥିବା ବେଳେ ନିଜ ଅଧୀନରେ କାର୍ଯ୍ୟ କରାଯାଉ ଥିବା ଶ୍ରମିକଙ୍କୁ ଶୋଷଣ କରାଯାଉଛି ଏହା ଟାଟା କମ୍ପାନୀର ଅଧିକାରୀ ସବୁ ଜାଣି ନଜାଣିବାର ଅଭିନୟ କରୁଛନ୍ତି କି ? ଶ୍ରମିକ ମାନେ ଶୋଷିତ ହେଉଥିବାରୁ ସରକାରଙ୍କ ନିୟମ ଅନୁଯାୟୀ ଏହି ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଥିବା ବେଳେ ଟାଟା କମ୍ପାନୀ ପକ୍ଷରୁ କଣ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।