ବ୍ରହ୍ମପୁର- ସ୍ଥାନୀୟ ଶଙ୍କର ଭବନ ପରିସରରେ ମିସ ମହାରାଣୀ ଅଫ୍ ଇଣ୍ଡିଆ ଟାଇଟଲ ବିଜୟିନୀ ଙ୍କୁ ଶୁଭେଚ୍ଛୁ ମାନେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ସୂଚନା ମୁତାବକ ଦୁବାଇ ଠାରେ ଗତ ଜୁଲାଇ ମାସ ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ହଉଟ ମନ୍ଦେ ମିସେସ ଇଣ୍ଡିଆ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏହି ସୁନ୍ଦରୀ ଚୟନ ପ୍ରତିଯୋଗିତା ଗତ ୨୦୨୧ ମସିହା ନଭେମ୍ବର ମାସରୁ ଆରମ୍ଭ ହୋଇ ଥିବା ବେଳେ ବିଭିନ୍ନ ଦେଶରେ ରହୁଥିବା ବିବାହିତ ଭାରତୀୟ ମହିଳା ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ମୋଟ ୧୬ ହଜାର ମହିଳା ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୬ ଜଣ ଫାଇନାଲ ରାଉଣ୍ଡ ପାଇଁ ମନୋନୀତ ହୋଇଥିଲେ। ସଂସ୍ଥା ପକ୍ଷରୁ ୧୬ ଗୋଟି ସବ ଟାଇଟଲ ବିଜେତା ଘୋଷଣା କରାଯାଇଛି, ସେଥି ମଧ୍ୟରୁ ମୀସେସ ମହାରାଣୀ ଇଣ୍ଡିଆ ମୁକୁଟ ହାସଲ କରିଛନ୍ତି ବ୍ରହ୍ମପୁର ର ଭାଗ୍ୟଲକ୍ଷ୍ମୀ ବେହେରା। ପିଲାଟି ଦିନରୁ କଳା ଓ ଫେସନ ପ୍ରତି ରୁଚି ରଖୁଥିବା ଭାଗ୍ୟ ଲକ୍ଷ୍ମୀ ବିଗତ ପାଞ୍ଚ ବର୍ଷ ହେଲା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହ ଫେସନ୍ କ୍ଷେତ୍ରରେ ନିଜର ସଂଘର୍ଷ ଜାରି ରଖିଥିଲେ। ବର୍ତ୍ତମାନ ଏହିପରି ଆୱାର୍ଡ଼ ସମ୍ମାନ ପାଇ ସେ ବହୁତ୍ ଖୁସି ଥିବା ବେଳେ ସମସ୍ତ ଶ୍ରେୟ ନିଜ ସ୍ବାମୀ ଓ ପରିବାର ବର୍ଗଙ୍କୁ ଦେଇଛନ୍ତି। ମିସେସ ମହାରାଣୀ ଅଫ ଇଣ୍ଡିଆ ମୁକୁଟ ହାସଲ କରି ଆଜି ସେ ବ୍ରହ୍ମପୁରରେ ପହଞ୍ଚିବା ପରେ ତାଙ୍କ ସହକର୍ମୀ, ସାଙ୍ଗସାଥୀ ଓ ପରିବାର ବର୍ଗଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା