ବାଲିଆପାଳର ପ୍ରସ୍ତାବିତ  ୫ଟି ବିଦ୍ୟାଳୟକୁ ବାଲେଶ୍ୱର ଜିଲ୍ଲାପାଳ ବୁଲି ଦେଖିଲେ

ବାଳିଆପାଳ- ବାଲେଶ୍ଵର ଜିଲ୍ଲାପାଳ ଶୁକ୍ରବାର ବାଲିଆପାଳ ବ୍ଲକର  ପ୍ରସ୍ତାବିତ  ୫ଟି  ଅନ୍ତର୍ଭୁକ୍ତ  ୧୬ ଟି ବିଦ୍ୟାଳୟରୁ ଆଠାଟି ବିଦ୍ୟାଳୟ ବୁଲି ଦେଖିଛନ୍ତି ।ଏହି ୮ଟି ବିଦ୍ୟାଳୟର କାର୍ଯ୍ୟ  ତୁରନ୍ତ ଆରମ୍ଭ କରିବାକୁ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। 

 ଶିକ୍ଷା ବିଭାଗ  ୫ଟିରେ ଅନ୍ତର୍ଭୁକ୍ତ ହେବା ପରେ  ସରକାର ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଅଗ୍ରାଧିକାର ଦେଉଛନ୍ତି । ସେହି ନିୟମକୁ ଦୃଷ୍ଟି ରଖି ୫ଟି ବିଦ୍ୟାଳୟରେ   ରୂପାନ୍ତରୀତ କରୁଛନ୍ତି ।ଯେଉଁ ସ୍କୁଲରେ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଘର ରହିଛି ଉକ୍ତ ବିଦ୍ୟାଳୟକୁ  ୫ଟି ସ୍କୁଲରେ ରୂପାନ୍ତରୀତ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟୟରେ ବାଲିଆପାଳ ବ୍ଲକରେ ୧୪ଟି ସ୍କୁଲ କୁ   ୫ଟି ବିଦ୍ୟାଳୟରେ  ଅନ୍ତର୍ଭୁକ୍ତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ  ୧୬ ଟି ବିଦ୍ୟାଳୟକୁ ୫ଟିରେ ଅନ୍ତର୍ଭୁକ୍ତ କରିବାପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦେବା ପରେ  ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ  ବାଲିଆପାଳ ବ୍ଲକ ଗସ୍ତରେ ଆସି ବାଲିଆପାଳ ବ୍ଲକର ପ୍ରସ୍ତାବିତ ୧୬ ଟି  ବିଦ୍ୟାଳୟ ମଧ୍ୟରୁ ମଧୁପୁରା ପଞ୍ଚାୟତର ହାସିମପୁର,ଶ୍ରୀରାମପୁର, ଦେଭୋଗ, ରାଣୀଖୁଡି, ଡଗରା,ଅଳାଡ଼ିହା, ପ୍ରତାପପୁର କୁ ନେଇ ଆଠଟି ବିଦ୍ୟାଳୟର ସ୍ଥିତ ବୋଲି ଦେଖିବା ପରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା କଥା ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶ କହିଛନ୍ତି।   ଅନ୍ୟ ୮ଟି ବିଦ୍ୟାଳୟକୁ ଜିଲ୍ଲାପାଳ ଆସନ୍ତା ସପ୍ତାହରେ ବୋଲି ଦେଖିବାର  ସୂଚନା ରହିଛି।

Leave A Reply

Your email address will not be published.