କୋଦଳା- କୋଦଳା ଠାରେ ମିଶନ୍ ଶକ୍ତିର କାର୍ଯ୍ୟକ୍ରମକୁ ପରିଦର୍ଶନ କରିଛନ୍ତି ୨ ବିଧାୟିକା। ମହିଳାମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ କରି ସେମାନଙ୍କ ସଶକ୍ତୀକରଣ ନିମନ୍ତେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମିଶନ୍ ଶକ୍ତି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା ବେଳେ ମିଶନ୍ ଶକ୍ତି ମହିଳାମାନଙ୍କର ନିଜର ପରିବାର ଏବଂ ସମାଜରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହିତ ଏବେ ଏକ ନୀରବ ବିପ୍ଲବର ରୂପ ନେଇଛି । ମିଶନ୍ ଶକ୍ତିର ସମସ୍ତ କାର୍ଯ୍ୟକ୍ରମକୁ ଅଧିକ ତ୍ଵରାନ୍ଵିତ କରିବା ନିମନ୍ତେ ୨୦୧୭ରେ ମିଶନ୍ ଶକ୍ତି ନିର୍ଦ୍ଦେଶାଳୟ ଗଠନ କରାଯାଇଅଛି। ୨୦୦୧ରେ ଆରମ୍ଭ ହୋଇଥିବା ମିଶନ୍ ଶକ୍ତି ଏବେ ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କ ସମଷ୍ଟିରେ ଏକ ମହାଦ୍ରୁମରେ ପରିଣତ ହୋଇଛି।ମିଶନ୍ ଶକ୍ତିର କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଆଜି ଗଞ୍ଜାମ ଜିଲ୍ଲା କୋଦଳାରେ ପହଞ୍ଚିଥିଲେ ୨ ବିଧାୟିକାଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମ ମେୟର। ମିଶନ୍ ଶକ୍ତିର ନୂତନ ଗୃହ ତଥା ଭିତିଭୁମିକୁ ପରିଦର୍ଶନ କରିବା ସହ ମହିଳା ସଦସ୍ୟା ମାନଙ୍କ ସହ ଆଲୋଚନା କରିଛନ୍ତି ବିଜେଡ଼ିର ୨ ବିଧାୟିକା।ଯାଜପୁର ବରୀ ବିଧାୟିକା ସୁନନ୍ଦା ଦାସ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, କବିସୂର୍ଯ୍ୟନଗର ଏନ୍ଏସି ଅଧ୍ଯକ୍ଷା ଏସ୍ ଲକ୍ଷ୍ମୀ ସେଠୀ, ବେଗୁନିଆପଡ଼ା ବ୍ଳକ ଅଧ୍ଯକ୍ଷା, ବେଗୁନିଆପଡ଼ା ବ୍ଲକର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟକଂ ସମେତ ବହୁ ବିଜେଡି କର୍ମକର୍ତ୍ତା ଯୋଗ ଦେଇ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।