ସମାଜରେ ତୃତୀୟ ଲିଙ୍ଗୀଙ୍କର ସହାବସ୍ଥାନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ- ସ୍ଥାନୀୟ ଭଦ୍ରକ ମହିଳା ମହାବିଦ୍ୟାଳୟ ପରିସରରେ ସମାଜବିଜ୍ଞାନ ବିଭାଗର ସହଯୋଗରେ ସାମାଜିକ ବିଧି ବ୍ୟବସ୍ଥାରେ କିନ୍ନରଙ୍କର ସହାବସ୍ଥାନରେ ଉଚ୍ଚ ଶିକ୍ଷାର ଭୂମିକା ସମ୍ପର୍କରେ ଏକ ସଚେତନତା କର୍ମଶାଳାର ଆୟୋଜନ କରାଯାଇଥିଲା। ଅଧ୍ୟକ୍ଷା ସୁଚିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କର୍ମଶାଳାକୁ ବିଭାଗ ମୁଖ୍ୟା ଡଃ ଶୁଭଶ୍ରୀ ବେହେରା ପରିଚାଳନା କରିଥିଲେ। ଏହି କର୍ମଶାଳାରେ ଜାତୀୟ ସ୍ତରର ‘ସାଥୀ’ ଅନୁଷ୍ଠାନର ପ୍ରମୁଖ କର୍ମକତ୍ତର୍ା ବିଶ୍ଵଭୂଷଣ ପଟ୍ଟନାୟକ, ସାମାଜିକ କର୍ମୀ ଶମିର୍ଷ୍ଠା ଦାସ, ଭଦ୍ରକ କିନ୍ନର ମହାସଂଘର ନେତ୍ରୀ ସୌମ୍ୟା ଦାସ ତଥା ଅନ୍ୟ ଦୁଇଜଣ କିନ୍ନର ଯୋଗ ଦେଇ ଛାତ୍ରୀମାନଙ୍କ ମନରୁ ଲିଙ୍ଗଗତ ବୈଷମ୍ୟ ଏବଂ ସମାାଜିକ ସ୍ତର ତଥା ଆଇନଗତ ବ୍ୟବସ୍ଥାରେ କିନ୍ନରଙ୍କର ସ୍ଥାନ, ସେମାନଙ୍କର ଅଧିକାର, ସୁରକ୍ଷା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷତଃ ଶିକ୍ଷାନୁଷ୍ଠାନରେ ଏମାନଙ୍କ ପାଇଁ ଅଣାଯାଇଥିବା ଆଇନାନୁମୋଦିତ ତଥ୍ୟ ଗୁଡ଼ିକର ତର୍ଜମା କରି ଏକ ମୁକ୍ତ ପରିବେଶ କିପରି ଏହି ବର୍ଗକୁ ସମାଜର ମୁଖ୍ୟ ସ୍ରୋତରେ ମିଶାଇ ପାରିବ – ସେ ସବୁର ଆଲୋଚନା କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଏମାନଙ୍କ ପାଇଁ କେଉଁସବୁ ସୁବିଧା ସୁଯୋଗ ରହିଛି, ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଶେଷରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀ ଅଂଶ ଗ୍ରହଣ କରି ନିଜନିଜର ସଂଶୟ ଦୂର କରିଥିଲେ। ମହାବିଦ୍ୟାଳୟ ସ୍ତରରେ ଏପରି ଏକ ଅଭିନଭ ପ୍ରୟାସ ସମସ୍ତଙ୍କ ଦ୍ଵାରା ସ୍ବାଗତଯୋଗ୍ୟ ହୋଇଥିଲା। ଶେଷରେ ସୁଭଦ୍ରା ରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.