ମହିଳା ମହାବିଦ୍ୟାଳୟରେ ଅବସର ସମ୍ବର୍ଦ୍ଧନା

ଭଦ୍ରକ- କତ୍ତର୍ବ୍ୟନିଷ୍ଠ ସେବା ନିବୃତ୍ତ କର୍ମଚାରୀଙ୍କୁ ସଦା ସ୍ମରଣୀୟ କରି ରଖେ ବୋଲି ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଅବସର ସମ୍ବର୍ଦ୍ଧନା ଉତ୍ସବରେ ମତ ପ୍ରକାଶ ପାଇଛି। ଅଧ୍ୟକ୍ଷା ସୁଚିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ଭାବଗମ୍ଭୀର ପରିବେଶରେ ଅନୁଷ୍ଠାନର ଦୁଇଜଣ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମହାବିଦ୍ୟାଳୟର ହିସାବ ସଂରକ୍ଷିକା ସ୍ନେହଲତା ମହାପାତ୍ର ଏବଂ କିରାଣୀ ତଥା ଟାଇପିଷ୍ଟ ସନ୍ତୋଷ କୁମାର ମହାପାତ୍ରଙ୍କୁ ଏକକାଳୀନ ବିଦାୟ ଦିଆଯାଇଥିଲା। ବରିଷ୍ଠ ଅଧ୍ୟାପିକା ଅନୀତା ଦଳାଇ, ସୁପ୍ରୀତି କର, ଅଭୟ କୁମାର ଦାସ, ନୀଳଗିରି ରବି ସାହୁ, ସଂଘମିତ୍ରା ଦାସ, ଅଶୋକ କୁମାର ନାୟକ, ଭବେଶ ଚନ୍ଦ୍ର ସ୍ବାଇଁ, ରାଜଲକ୍ଷ୍ମୀ ବାରିକ ପ୍ରମୁଖ ବିଦାୟୀ ସହକର୍ମୀଙ୍କ ପ୍ରତି ନିଜର ଶ୍ରଦ୍ଧା ଶବ୍ଦୋଚାର କରିଥିଲେ। ଅନୁଷ୍ଠାନ ପକ୍ଷରୁ ଅଙ୍ଗବସ୍ତ୍ର, ଉପଢୌକନ ଓ ମାନପତ୍ର ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା। ପ୍ରତୁ୍ୟତ୍ତରରେ ବିଦାୟୀ କର୍ମଚାରୀ ଦ୍ଵୟ ଅନୁଷ୍ଠାନ ପ୍ରତି ସେମାନଙ୍କର ଆନୁଗତ୍ୟ ଏବଂ ଏଠାକାର ଅନୁଭୂତି ବର୍ଣ୍ଣନା କରିଥିଲେ। ଏକ ଭାବାମିକ ପରିବେଶରେ ଏହି ବିଦାୟ ଉତ୍ସବ ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.