ଜଟଣୀ- ଜଟଣୀ ବ୍ଲକ ଅନ୍ତର୍ଗତ ପଦନପୂର୍ ଗ୍ରାମ ସ୍ତିତ ପ୍ରତିଶୁତି ସ୍ଵେଚ୍ଛାସେବୀ ସଂସ୍ଥା ତରଫରୁ ଦୀର୍ଘ ଏକ ମାସ ଧରି ଚାଲିଥିବା ଫଟୋଚିତ୍ର ତାଲିମ ଶିବିରର ଉଦଯାପନୀ ଉତ୍ସବ ପାଳନ କରାଯାଇଛି ।୩୦ ଜଣ ମହିଳାଙ୍କୁ ନେଇ ଚାଲିଥିବା ଏହି ଉଦଯାପନୀ ଉତ୍ସବରେ ପ୍ରତିଶୁତି ସଂସ୍ଥାର ଉପ ନିର୍ଦ୍ଦେଶକ ବିଜୟ କେତନ ଜେନା ଅତିଥି ମାନଙ୍କ ପରିଚୟ କରିବାସହ ଡିଜାଇନ୍ ଟ୍ରେନିଂ ବିଷୟରେ ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ଏଚ ପି ଓ ଗୌରବ ସେନାପତି ଯୋଗଦେବସହ ହସ୍ତଶିଳ୍ପ ରେ ସରକାର ଙ୍କ ତରଫରୁ ମିଳୁଥିବା ପ୍ରୋତ୍ସାହନ ବିଷୟରେ ମହିଳା ମାନଙ୍କୁ ଅବଗତ କରାଇଥିଲେ ।ହସ୍ତଶିଳ୍ପ ଉପ ନିର୍ଦ୍ଦେଶିକା ବବିତା ମହାନ୍ତି ମହିଳା ମାନଙ୍କ ପାଇଁ କିପରି ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ ।ଏହି ଉତ୍ସବରେ ନାଇଜର କୁଳସଚିବ ଡକ୍ଟର ଅଭୟ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ମହିଳାମାନେ ତିଆରି କରିଥିବା ଫଟୋଚିତ୍ରକୁ ଭୂୟସୀ ପ୍ରଶଂସା କରିବସହ ଏହି ଫଟୋଚିତ୍ରକୁ ନାଇଜର ରେ ବିକ୍ରି କରିବାପାଇଁ ସହମତି ପ୍ରଦାନ କରିଥିଲେ ।